ସର୍ବଭାରତୀୟ ଲେଟକଟ ଟି-20 କ୍ରିକେଟ ଟୁର୍ନାମେଣ୍ଟ ଦ୍ଵିତୀୟ ଦିନ ମ୍ୟାଚରେ କଲିକତା ଏବଂ ଖଡ଼ଗପୁର ବିଜୟୀ

ବାରିପଦା,(ମୁରାରୀ ମୋହନ ମହାପାତ୍ର):ଲେଟକଟ ପଡିଆରେ ଚାଲିଥିବା ଟୁର୍ନାମେଣ୍ଟର ଦ୍ଵିତୀୟ ଦିବସର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଏଲ.ଆର.ଏସ. କଲିକତା ଏବଂ ସେରସା ରାଞ୍ଚି ଟିମ ମଧ୍ୟରେ ଅନୁଷ୍ଠିତ ହେଇଥିଲା. ରାଞ୍ଚି ପ୍ରଥମେ ବ୍ୟାଟିଂ କରି 20 ଓଭର ରେ 8 ଉଇକେଟ ରେ 228 ରନ କରିଥିଲେ. ଦଳ ପକ୍ଷରୁ ନିଶାନ୍ତ କୁମାର 63 ଏବଂ ଅମାନ କୁମାର 50 ରନ କରିଥିବାବେଳେ କଲିକତା ପକ୍ଷରୁ ଅଖିଳେଶ ଯାଦବ ଏବଂ ଅଂକୁର ଚୌଧୁରୀ 2 ଟି ୱକେଟ ନେଇଥିଲେ. ଜବାବରେ କଲିକତା 17.4 ଓଭର ରେ 3 ଉଇକେଟ ହରେଇ 229 ରନ ସଂଗ୍ରହ କରି 7 ଉଇକେଟରେ ବିଜୟୀ ହେଇଥିଲେ. ଦଳ ପକ୍ଷରୁ ବିକାଶ ସିଂ 102 ଏବଂ ଜାହିର ଅହମଦ 87 ରନ କରିଥିବା ବେଳେ, ରାଞ୍ଚି ପକ୍ଷରୁ ଆର୍ଯ୍ୟନ ରାଜ ଓ ରଜୁ ପାଣ୍ଡେ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ. ଦ୍ଵିତୀୟ କ୍ୱାଟର ଫାଇନାଲ ସେରସା ଖଡ଼ଗପୁର ଓ ଛତିସଗଡ଼ ଫୋରେଷ୍ଟ ମଧ୍ୟରେ ହେଇଥିବା ମ୍ୟାଚରେ ଖଡ଼ଗପୁର ପ୍ରଥମେ ବ୍ୟାଟିଂ କରି 20 ଓଭର ରେ 8 ଉଇକେଟ ବିନିମୟରେ 230 ରନ କରିଥିଲେ. ଦଳ ପକ୍ଷରୁ ମୋହିତ ରାୟ 80 ଓ ଅମିତ ନାୟକ 46 ରନ କରିଥିଲେ, ଛତିଶଗଡ଼ ପକ୍ଷରୁ ହମିଦ 3 ଓ ଗୌତମ କୁମାର ପ୍ରତ୍ୟେକ 3 ଟି ଲେଖାଏଁ ଉଇକେଟ ନେଇଥିଲେ. ଜବାବ ରେ ଛତିଶଗଡ 17.5 ଓଭରରେ ସମସ୍ତ ଉଇକେଟ ହରେଇ 176 ରନ କରିବା ସହିତ 54 ରନରେ ପରାସ୍ତ ହେଇଥିଲେ.
ଦଳ ପକ୍ଷରୁ ହମିଦ 59 ଏବଂ ଅଫସାଦ 56 ରନ କରିଥିବାବେଳେ ଖଡ଼ଗପୁର ତରଫରୁ କେପି ଅବିନାଶ 5 ଏବଂ ସାଗେନ ମୁର୍ମୁ 2 ଟି ୱକେଟ ନେଇଥିଲେ. ଆଜିର ପ୍ରଥମ ମ୍ୟାଚରେ ମୁଖ୍ୟଅତିଥି ଭାବେ ମୟୁରଭଞ୍ଜ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ସୁବ୍ରମଣ୍ୟମ ମହାନ୍ତି ଓ ଦ୍ଵିତୀୟ ମ୍ୟାଚରେ ସମାଜସେବୀ ଦେବାଶିଷ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ. ଆସନ୍ତା କାଲି ପ୍ରଥମ ମ୍ୟାଚ ଇଷ୍ଟ କୋଷ୍ଟ ଖୋର୍ଦ୍ଧା ଏବଂ ୟୁନିକ କ୍ଳବ ଭଦ୍ରକ ମଧ୍ୟରେ ଏବଂ ଦ୍ଵିତୀୟ ମ୍ୟାଚ ରାଇଜିଙ୍ଗ ଷ୍ଟୁଡେଣ୍ଟ କଟକ ଏବଂ ଚକ୍ରଧରପୁର ରେଲୱେ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଲଲାଟେନ୍ଦୁ ବେହେରା ପ୍ରକାଶ କରିଛନ୍ତି. ଆଜିର ମ୍ୟାଚ କୁ ଓସିଏ ପ୍ୟାନେଲ ଓମ୍ପାୟାର ମାନସ ବେହୁରା, ଛାୟାକlନ୍ତ ଦ୍ବିବେଦୀ, ସମର୍ପ୍ରିତ ପ୍ରଧାନ, ବିଶ୍ଵମ୍ଭର ମହାକୁଡ଼ ପରିଚାଳନା କରୁଥିବାବେଳେ ସୁରେଶ ସାଣ୍ଡିଲ ଏବଂ ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ. ସ୍କୋରିଙ୍ଗ ରେ ସୌରଜିତ ସାହୁ ସହାୟତା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ