ସର୍ବଭାରତୀୟ ସମବାୟ କର୍ମଚାରୀ ମହାସଂଘର ସାଧାରଣ ସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇନ୍‌ଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର ସଭାକକ୍ଷରେ ସର୍ବଭାରତୀୟ ଲ୍ୟାମ୍ପସ୍ ଓ ପ୍ୟାକ୍ସ କର୍ମଚାରୀ ମହାସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ ନିୟମାବଳୀ ଅନୁସାରେ ଏହି ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା । ପଶ୍ଚିମବଙ୍ଗର ଶ୍ରୀଯୁକ୍ତ ସୁଶିଲ ମଣ୍ଡଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ଦିଗମ୍ବର ନାୟକ ସଭା ପରିଚାଳନା କରିଥିଲେ । ଏଥିରେ ସର୍ବଭାରତର ୧୪ଟି ରାଜ୍ୟରୁ ପ୍ରମୁଖ କର୍ମଚାରୀଙ୍କ ନେତୃତ୍ୱରେ୨୦୦ କର୍ମଚାରୀ ପ୍ରତିନିଧିତ୍ୱ କରିଥିଲେ । ଆନ୍ଧ୍ରପ୍ରଦେଶରୁ ନିଲମ ମଙ୍ଗେଶ୍ୱର ରାଓ, ପଶ୍ଚିମବଙ୍ଗାରୁ ହରିଦାସ ରେଡ଼ି, ତ୍ରିପୁରାରୁ କମଲ ଦୋରା, ହରିୟାଣା, ତେଲେଙ୍ଗାନା, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଓଡ଼ିଶାରୁ ପ୍ରତିନିଧି ଯୋଗ ଦେଇଥିଲେ । ଓଡ଼ିଶା କର୍ମଚାରୀ ମହାସଂଘର ସୀତାରାମ ପ୍ରଧାନ, ନିରଞ୍ଜନ ବାଗ, ବିଶ୍ୱନାଥ ମହାରଣା, ଲିଟନ କୁମାର ଦାସ, ମିର୍ଜା ଅନୱାର ଅଲ୍ଲୀ, ପଦ୍ମନାଭ ଘଡ଼ାଇ, ଅଶୋକ ସାହୁ, ବିପିନ ଷଡ଼ଙ୍ଗୀ, ନିତ୍ୟାନନ୍ଦ ଦାସ, ଲକ୍ଷ୍ମୀଧର ପରିଡ଼ା, ରସାନନ୍ଦ ଶଙ୍ଖୁଆ, କୈଳାସ ଦାସ, ମୋହନ ସାହୁ, ନିହାର ପ୍ରଧାନ, ଅନନ୍ତ ମହନ୍ତ, ଭୀମସେନ ସାହୁ, ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଶ୍ରୀ ସୁବାସ ଚନ୍ଦ୍ର ଯୋଗ ଦେଇ ୨୦ ଦଫା ଦାବି ଉପରେ ଆଲୋକପାତ କରିଥିଲେ । ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ସବୁ ପ୍ୟାକ୍ସ ଓ ଲ୍ୟାମ୍ପ୍ସ କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବା, ଇପିଏଫ୍‌, ଗ୍ରାଚୁଇଟି ଓ ଲିଭ୍ ସାଲାରୀ ଦେବା ସହ କର୍ମଚାରୀ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ଦେବାର ବ୍ୟବସ୍ଥା କରିବା, ଜିଲ୍ଲାମାନଙ୍କରେ କାମ କରୁଥିବା ଲ୍ୟାମ୍ପ୍ସ ଓ ପ୍ୟାକ୍ସ କର୍ମଚାରୀମାନଙ୍କୁ ଜିଲ୍ଲାସ୍ତରୀୟ କର୍ମଚାରୀର ମାନ୍ୟତା ଦେବା ଓ କର୍ମଚାରୀମାନଙ୍କୁ ଆୟକର ଛାଡ଼ କରିବା, ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଏବଂ ସ୍ୱଳ୍ପ ସୁଧରେ ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କାମ ପାଇଁ ଋଣ ଯୋଗାଇ ଦେବା ଦାବିଗୁଡ଼ିକ ସହ ଆସନ୍ତା ନଭେମ୍ବର ମାସ ୧୪ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବ ବୋଲି ମହାସଂଘର ସାଧାରଣ ଦିଗମ୍ବର ନାୟକ ପ୍ରକାଶ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ