ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ସର୍ବ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସନ୍ଧ୍ୟାରେ ପୈାର ଟାଉନହଲରେ ପୈାରାଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନେକ ସ୍ମୃତି ଓ କୃତି ଯୋଡି ହୋଇ ରହିଛି କେନ୍ଦ୍ରାପଡା ସହିତଆମର ସ୍ମୃତି ଆମର ଉତ୍ତର ପିଢୀକୁ ଅନୁପ୍ରାଣିତ କରିବ । କେନ୍ଦ୍ରାପଡାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଅନନ୍ୟ ଓ ମହାନ୍ । ୧୮୬୯ମସିହାରେ ପ୍ରତିଷ୍ଠିତ ସର୍ବ ପୁରାତନ କେନ୍ଦ୍ରାପଡା ପୈାରସଂସ୍ଥା, ୧୮୬୩ମସିହାରେ ପ୍ରତିଷ୍ଠିତ କେନ୍ଦ୍ରାପଡା ହାଇସ୍‌ୁଲ ଓ ଫ୍ରେଜର ବାଳିକା ବିଦ୍ୟାଳୟ ପ୍ରଭୃତି ଐତିହ୍ୟକୁ ନେଇ ଏକ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି କରାଯିବା ପାଇଁ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିବା କହିଥିଲେ । କେନ୍ଦ୍ରାପଡାର ବିକାଶକୁ ଆଗେଇ ନେବାକୁ ହେଲେ ସମସ୍ତ ଜନ ପ୍ରତିନିଧି ଏକାଠି ହୋଇ କାର୍ଯ୍ୟ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ହେଉଛି ସମସ୍ତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ସ୍ୱଛତା ରଖିଲେ ବିକାଶ ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ଯୋଗଦେଇ ଜନପ୍ରତିନିଧି ଓ ପ୍ରଶାସନ ହେଉଛନ୍ତି ଗୋଟିଏ ମୁଦ୍ରାର ୨ଟି ପାଶ୍ୱର୍ଭଳି । ଉଭୟ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କଲେ କେନ୍ଦ୍ରାପଡାର ବିକାଶ ଆହୁରି ଆଗେଇ ପାରିବ ବୋଲି କହିଥିଲେ । ପୈାର କର୍ମଚାରୀ ଅଶୋକ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ପୈାରସଂସ୍ଥା ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପୈାର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର ମଲ୍ଲିକ ପ୍ରମୁଖ ମଞ୍ଚସୀନ ଥିଲେ । ଶେଷରେ ପୈାରାଧ୍ୟକ୍ଷା ଶ୍ରୀମତୀ ସାହୁ ଅଭିଭାଷଣ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପୈାର କାଉନସିଲର,ପୂର୍ବତନ କାଉନସିଲର, ପୈାରକର୍ମଚାର. ବୁଦ୍ଧିଜିବି ଓ ଜନସାଧାରଣ ଉପସ୍ଥିତ ଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସକାଳେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉଦଘାଟନ କରିଥିଲେ ପୈାରାଧ୍ୟକ୍ଷା ଶ୍ରୀମତୀ ସାହୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ