ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇବେ ପ୍ରତାପ ଜେନା
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଡ ବୁକରେ ଥିବା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ , ଓ ନଗର ଉନ୍ନୟନ , ଆଇନ ମନ୍ତ୍ରୀ ପ୍ରତାପ ଜେନା ଚଳିତ ବର୍ଷ ଫେମ ଇଣ୍ଡିଆ ପକ୍ଷରୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇବେ । ଆସନ୍ତା ନଭେମ୍ବର ୯ ତାରିଖରେ ଜେନା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ପୁରସ୍କାର ଗ୍ରହଣ କରିବେ । ସୁଚନାଯୋଗ୍ୟ , ଫେମ ଇଣ୍ଡିଆ ପକ୍ଷରୁ ମନ୍ତ୍ରୀମାନଙ୍କ ବିଭିନ୍ନ କାର୍ଯ୍ୟର ଆକଳନ ସହ ସରକାରୀ ଯୋଜନା ଗୁଡିକୁ ଠିକଣା ବାଟରେ ନେବା , ଦାୟିତ୍ୱ ସମ୍ପନ୍ନ ହୋଇ କାର୍ଯ୍ୟକରିବା ପାଇଁ ଓ ଦୁର୍ନିତି ଠାରୁ ଦୁରେଇ ରହିବା ଆଦି ଦିଗକୁ ଆକଳନ କରାଯିବା ପରେ ଏହା ଜାତୀୟ ସ୍ତରର ପୁରସ୍କାର ପ୍ରଦାନ କରାଯାଇଥାଏ ।