ସର୍ବସାଧାରଣଙ୍କ ନଳକୂଅ ଡ୍ରେନ ତିଆରି ପାଇଁ ଆସିଥିଲା ଅନୁଦାନ,ବ୍ୟକ୍ତିଗତ ଦୁଆର କରିଦେଲେ କଙ୍କ୍ରିଟ
କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ମିନଗୁର ପଞ୍ଚାୟତ ଅନ୍ତର୍ଗତ ମାଟିଖାଲ କଲୋନୀ ପଡା ସର୍ବସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ନଳକୂପ ଡ୍ରେନ ନିର୍ମାଣ ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନ ଠାରୁ ପଚାଶ ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା ।ହେଲେ ସେହି ଟଙ୍କା ସେଠାରେ ବିନିଯୋଗ ହୋଇ ନଥିଲେ ମଧ୍ୟ ବିଲ ହୋଇ ଥିବା ଜଣାପଡିଥିଲା । ତେବେ ଏହି ଟଙ୍କା କିଏ ଓ କେଉଭଳି ଭାବେ ନେବାରେ ସକ୍ଷମ ହେଲେ ତାହା ଖୋଜିଲା ବେଳକୁ ଯାହା ଜଣାପଡିଲା ତାହା ସମସ୍ତ ଙ୍କୁ ଚକିତ କରିଦେଇଥିଲା । ଏହି ଟଙ୍କା ଆପଣାଛାଏ ଉଡି ଯାଇ ଥିଲା କାର୍ଯ୍ୟସ୍ଥଳରୁ ୫୦ ମିଟର ଦୂରକୁ ।ଡ୍ରେନ ବଦଳରେ ତିଆରି ହୋଇ ଗଲା ଜଣେ ୱ।ର୍ଡ ସଦସ୍ୟ ଙ୍କ ଦୂଆର ରେ କଙ୍କ୍ରିଟ ତାହା ବି ନାମକୁ ମାତ୍ର ।ଉଠାଣ କରିଦିଆଗଲା ୫୦ ହଜାର ଟଙ୍କା । ସରକାରୀ ଟଙ୍କା କୁ ଭାଗବଣ୍ଟାରେ ଗିଳିପକାଇଲେ ।ଏବେ କେହି ବି ଏ ବିଷୟରେ ମୁହଁ ଖୋଲୁନାହାନ୍ତି । ପଞ୍ଚାୟତ କର୍ମକର୍ତ୍ତାଙ୍କ ଠୁ ବ୍ଳକ କର୍ମଚାରୀ ଯାଏ ସମସ୍ତେ ଏ ପ୍ରସଙ୍ଗରୁ ଆଡେଇ ଯାଉଛନ୍ତି । ଖୋଦ ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ କରିଷ୍ମା ବେଶ୍ରା ମୁଁ ତଦନ୍ତ କଲାପରେ ମତାମତ ଦେଇ ପାରିବି ବୋଲି କହିବାର ,୫ ଦିନ ବିତି ସାରିଲାଣି ହେଲେ ମତାମତ ମିଲି ପାରିନାହିଁ । ଦୀର୍ଘ୧୨ ବର୍ଷ ହେଲା ଗୋଟିଏ ସ୍ଥାନରେ ଅବସ୍ଥାପିତ ଯନ୍ତ୍ରୀ ଙ୍କ ମନମୂଖି କାର୍ଯ୍ୟ ର ଏ ହେଉଛି ନଗ୍ନ ନମୁନା । ଗ୍ରାମବାସୀମାନେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରୁଥିବା ବେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କେବେ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।