ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

ଭୁବନେଶ୍ବର : ରବିବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ। ଜାନୁଆରୀ ୫ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ। ରାଜଭବନ ଉଦ୍ୟାନକୁ ଛୁଟିଦିନ ଓ ରବିବାର ସହିତ ପ୍ରତ୍ୟେହ ଅପରାହ୍ନ ସାଢେ ୨ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ପରିଦର୍ଶନ କରିପାରିବେ। ତେବେ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଉଦ୍ୟାନକୁ ପ୍ରବେଶ କରିହେବ। ୱାଟର ଫାଉଣ୍ଟେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌, ଗୋଲାପ ଉଦ୍ୟାନ, ହରିଣ ପାର୍କ, ପକ୍ଷୀ ପାର୍କ ଏବଂ ସର୍ବୋପରି ଉଦ୍ୟାନର ସବୁଜିମାକୁ ଦର୍ଶକମାନେ ଦେଖି ଏହାର ଆନନ୍ଦ ଉଠାଇପାରିବେ। ପରିଦର୍ଶନ ସମୟରେ ରାଜଭବନ ପରିସରକୁ ସାଙ୍ଗରେ ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆପତିଜନକ ସାମଗ୍ରୀ ନଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି। ଲୋକଙ୍କୁ ସହଜ ଓ ସୁବିଧାରେ ପ୍ରବେଶପତ୍ର ମିଳିବା ଉଦ୍ଦେଶ୍ୟରେ ରାଜଭବନ ପକ୍ଷରୁ ମୋବାଇଲ୍‌ ଆପ୍‌ ଓ ଓ୍ବେବ୍‌ସାଇଟ୍‌ରେ ବ୍ୟବସ୍ଥା କରାଯାଇଛି। ସର୍ବସାଧାରଣ ରାଜଭବନର ସରକାରୀ ଓ୍ବେବ୍‌ସାଇଟ୍‌ rajbhavanodisha.gov.in କୁ ଯାଇ ଏହାର ହୋମ୍‌ ପେଜ୍‌ ଉପରେ ଥିବା ‘Raj Bhavan Services’ ପାର୍ଶ୍ୱରେ ଉଲ୍ଲିଖିତ ଡାଉନ୍‌ଲୋଡ୍‌ ଆପ୍‌ରେ କ୍ଲିକ୍‌ କରି ନିଜର ପ୍ରବେଶପତ୍ର ପ୍ରସ୍ତୁତ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ