ସର୍ବସାଧାରଣ ସ୍ଥାନରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଅଭିଯୋଗ ଶୁଣାଣି

ନୟାଗଡ , (ଯୁଗାଦ୍ଦ ନ୍ୟୁଜ) : ସର୍ବସାଧାରଣ ସ୍ଥାନରେ ଅଭିଯୋଗ ଶୁଣାଣି କଲେ କୃଷିମନ୍ତ୍ରୀ । ଚତୁର୍ଥଥର ପାଇଁ ବିଧାୟକ ଏବଂ କୃଷିମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସ୍ଥାନୀୟ ବିଧାୟକ ଅରୁଣ ସାହୁ ନୟାଗଡ ପୁରୁଣା ବସଷ୍ଟାଣ୍ଡରେ ଆଜି ଅଭିଯୋଗ ଶୁଣାଣି କରିଛନ୍ତି ।ଶହଶହ ସଂଖ୍ୟାରେ ସହର ତଥା ଆଖପାଖର ଲୋକମାନେ ସେମାନଙ୍କ ବିଭିନ୍ନ ଅଭିଯୋଗ ନେଇ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । କାହାର ଅଭିଯୋଗ ପୁରଣ ହୋଇଛି ତ ପୁଣି କାହାର ଅଭିଯୋଗକୁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ସବୁ ସମୟରେ ମନ୍ତ୍ରୀଙ୍କ ନିକଟକୁ ଆସି ସାକ୍ଷାତ କରିବା ସମ୍ଭବପର ହେଉନଥିବା ବେଳେ ଏଭଳି ଏକ ପଦକ୍ଷେପକୁ ଅଭିଯୋଗ କରିବାକୁ ଆସିଥିବା ଲୋକମାନେ ସ୍ବାଗତ କରିଛନ୍ତି ।ସେପଟେ ଲୋକମାନଙ୍କ ନିକଟତର ହେବାପାଇଁ ଏହା ଏକ ନିଆରା ଅନୁଭୁତି ବୋଲି ନିଜେ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଜନସାଧାରଣଙ୍କ ସହ ମିଶି ସେମାନଙ୍କ ଭଳି ହୋଇପାରିଲେ ଜନପ୍ରତିନିଧି ହେବାକୁ ଯୋଗ୍ୟତା ଅଛି ବୋଲି ଭାବିପାରିବା ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ