ସର୍ବାଧିକ ଭୋଟରେ ବିଜୟୀ ସମିତି ସଭ୍ୟ ସଭ୍ୟା ପ୍ରାର୍ଥୀ
ହାଟଡିହି, (ବିକାଶ ବିଶ୍ୱାଳ ) :ଚଳିତ ପଞ୍ଚାୟତ ନିର୍ବାଚନରେ ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥୀ ସୁକାନ୍ତୀ ବିଶ୍ୱାଳ ସର୍ବାଧିକ ୨୮୮୩ ଖଣ୍ଡ ରେକର୍ଡ ପରିମାଣର ଭୋଟରେ ବିଜୟୀ ହୋଇଛନ୍ତି । ସେ ୩୫୯୮ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମାତ୍ର ୭୧୫ଖଣ୍ଡ ଭୋଟ ପାଇଥିଲେ । ପୁର୍ବରୁ କୌଣସି ସଭିତିସଭ୍ୟ ଏତେ ପରିମାଣର ଭୋଟରେ ବିଜୟୀ ହୋଇ ନଥିଲେ । ସେହିପରି ବାଲିବରେଇ ପଞ୍ଚାୟତର ସମିତିସଭ୍ୟା ଦମୟନ୍ତୀ ଜେନା ୧୫୯୭ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ବଞ୍ଚୋ ପଞ୍ଚାୟତର ରତିକାନ୍ତ ରାଉତ ୧୪୯୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।