ସର୍ବୋଚ୍ଚ ମହାଦେବ
ନେପାଳର ରାଜଧାନୀ କାଠମାଣ୍ଡୁଠାରୁ ୨୦ କିଲୋମିଟର ଦୂର ସାଙ୍ଗାଠାରେ ଥିବା କୈଳାସନାଥ ମହାଦେବ ମୂର୍ତ୍ତି ବିଶ୍ୱର ସର୍ବୋଚ୍ଚ ମହାଦେବ ମୂର୍ତ୍ତି ଭାବେ ପରିଚିତ । ତମ୍ବା, ଜିଙ୍କ, କଂକ୍ରିଟ ଏବଂ ଷ୍ଟିଲରେ ତିଆରି କରି ଏହି ମୂର୍ତ୍ତି ୧୪୩ ଫୁଟ ଉଚ୍ଚ । ଆଉ କିଛି ମାସ ପରେ ଭାରତ ଏହି ରେକର୍ଡର ଅଧିକାରୀ ହେବାକୁ ଯାଉଛି । ରାଜସ୍ଥାନର ନାଥଦ୍ୱାରାଠାରେ ୩୫୧ ଫୁଟ ଉଚ୍ଚ ମହାଦେବଙ୍କ ବିଶାଳକାୟ ମୂର୍ତ୍ତି ନିର୍ମାଣ କରାଯାଉଛି । ଏହା ଷ୍ଟାଚ୍ୟୁ ଅଫ ଲର୍ଡ ଶିବ ଧୁଲିଲାଲ ଏବଂ ଷ୍ଟାଚ୍ୟୁ ଅଫ ବିଲିଫ ଭାବେ ପରିଚିତ ହେବ । ଉଦୟପୁରଠାରୁ ୫୦ କିଲୋମିଟର ଦୂରରେ ଥିବା ଗଣେଶ ଟେକରୀ ଠାରେ ଏହି ମୂର୍ତ୍ତି ନିର୍ମାଣ ଚାଲିଛି । ୨୦୧୨ରୁ ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଏହା ଚାରିପଟେ ପ୍ରାୟ ୩୦୦ ବର୍ଗଫୁଟ ଅଞ୍ଚଳରେ ଏକ ସୁଶୋଭିତ ଉଦ୍ୟାନ କରାଯିବ ।


