ସର୍ବୋତ୍ତମ ଉତ୍ତମଙ୍କୁ ମରଣୋତ୍ତର ପଦ୍ମପୁରସ୍କାର ଦିଆଯାଉ : କୃଷ୍ଣ ଜଗଦେବ

କଣାସ,( ପାହାନ୍ତା ସିଂହ ଅଞ୍ଜଳୀ ସାହୁ):ଓଡିଆ ସିନେ ସୁପର ଷ୍ଟାର ସ୍ଵର୍ଗତ ଉତ୍ତମ ମହାନ୍ତିଙ୍କୁ ମରଣୋତ୍ତର ପଦ୍ମ ପୁରସ୍କାର ଦିଆଯାଉ ଵୋଲି ଦାବି କରିଛନ୍ତି ରାଜ୍ୟ ସଭାପତି ପୂଜ୍ୟପୂଜା ସଂସଦ ଓଡ଼ିଶା ରାଜ୍ୟ ସଭାପତି କୃଷ୍ଣ ଜଗଦେବ।ସେ କହିଛନ୍ତି ଜଣେ ଓଡ଼ିଆ ସିନେତାରକା ଭାବରେ ପ୍ରତିଷ୍ଠା, ପ୍ରତିଭା ଓ ପରାକାଷ୍ଠା ଅର୍ଜନ କରିବାରେ ସ୍ଵର୍ଗତ ଉତ୍ତମ ମହାନ୍ତି ଯେଉଁ ଶିଖରକୁ ଯାଇଛନ୍ତି, ତାହା ବହୁତ କମ୍ ଚଳଚ୍ଚିତ୍ର ଅଭିନେତାଙ୍କ ଭାଗ୍ୟରେ ଜୁଟିଛି । ମୁମ୍ବାଇକୁ ନିଜ କାର୍ଯ୍ୟ କ୍ଷେତ୍ରଭାବରେ ବାଛିଥିବା ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କୁ କେବଳ ଅଦ୍ୟାବଧି ପଦ୍ମ ସମ୍ମାନ ମିଳିଛି ସତ ମାତ୍ର ଓଡିଆ ଅସ୍ମିତାର ପୂଜାରୀ ରାଜ୍ୟ ସରକାର ଯଦି କେନ୍ଦ୍ରକୁ ଉତ୍ତମ ମହାନ୍ତିଙ୍କ ନାମ ପଦ୍ମ ସମ୍ମାନ ପାଇଁ ସୁପାରିସ କରିବେ ତାହା ସମୟୋଚିତ ହେବ ଏବଂ ପୂଜ୍ୟପୂଜା ପରମ୍ପରାକୁ ପୁଷ୍ଟ କରିବ । ଅଭିନେତାମାନେ ଏଥିରେ ପ୍ରୋତ୍ସାହିତ ହେବେ। ବିଗତ ସରକାରରେ ବିଜୟ ମହାନ୍ତି ଓ ଉତ୍ତମ ମହାନ୍ତିଙ୍କ ଭଳି ଲବ୍ଧପ୍ରତିଷ୍ଠ ଅଭିନେତାମାନେ ଉପେକ୍ଷିତ ହୋଇଥିବା ବେଳେ ବର୍ତ୍ତମାନର ସରକାର ଏ କ୍ଷେତ୍ରରେ ନ୍ୟାୟ କରିବେ ବୋଲି ଲୋକେ ଅପେକ୍ଷା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ