ସର୍ବ ଭାରତୀୟ ଜେଲ୍ ମିଟ୍ କ୍ରୀଡ଼ା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୁଜୁରାଟ, ଅହମ୍ମଦାବାଦସ୍ଥିତ ଏକ ଏରେନା ଷ୍ଟାଡ଼ିୟମରେ ଚାଲିଥିବା ସର୍ବଭାରତୀୟ ଜେଲ୍ ଆଥଲେଟିକ ମିଟର ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଶୁଭଲିପ୍ସା ମହାନ୍ତି ଉଭୟ ୧୦୦ ମିଟର ଦୌଡ଼ ଓ ଲମ୍ବାଡ଼ିଆଁରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଶୁଭଲିପ୍ସାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି । ସମ୍ପ୍ରତି ଶୁଭଲିପ୍ସା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଉପ କାରାଗାରେ ମହିଳା କାରାରକ୍ଷୀ ଭାବରେ କାର୍ଯ୍ୟରତ ଅଛନ୍ତି । ଓଡ଼ିଶା ଦଳର ଖେଳାଳିମାନେ ଜେ୍ଲ ବିଭାଗ ପ୍ରଶିକ୍ଷକ ଡଃ ବୀରକିଶୋର ଦାସଙ୍କ ତତ୍ତ୍ୱାବଧାନରେ ଅହମ୍ମଦାବାଦ ଯାତ୍ରା କରିଥିଲେ । ଛାତ୍ର ଅବସ୍ଥାରୁ କ୍ରୀଡ଼ା ପ୍ରତି ରୁଚି ରଖିଥିବା ଶୁଭଲିପ୍ପା ଜଣେ ମେଧାବୀ ଛାତ୍ର ମଧ୍ୟ । ସେ ପୂର୍ବରୁ ୟୁନିଭରସିଟ ଆଥଲେଟିକ ମିଟ୍ରେ ୨୦୧୩, ୨୦୧୪ ଓ ୨୦୧୫ ମସିହାରେ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ଶୁଭଲିପ୍ସା ତାଙ୍କର ଏହି ସଫଳତା ପାଇଁ ଜେଲ ବିଭାଗର ଡ଼ିଜି ମନୋଜ କୁମାର ଛାଦ୍ରା ଓ ପ୍ରଶିକ୍ଷକ ବୀରକିଶୋର ଦାସ ଏବଂ ସମସ୍ତ ବିଭାଗୀୟ ଅଫିସରମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଭବିଷ୍ୟତରେ ସୁଯୋଗ ମିଳଲେ ଭଲ ପ୍ରଦର୍ଶନ କରି ବୋଲି ଶୁଭଲିପ୍ପା ଆଶାପ୍ରକଟ କରିଛନ୍ତି ।