ସର୍ବ ଭାରତୀୟ ଜେଲ୍ ମିଟ୍ କ୍ରୀଡ଼ା ପ୍ରତିଯୋଗିତାରେ କେନ୍ଦ୍ରାପଡାର ଶୁଭଲିପ୍ସାଙ୍କୁ ଡ଼ବଲ ସ୍ୱର୍ଣ୍ଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଝିଅ ଶୁଭଲିପ୍ସା ମହାନ୍ତି ଗୁଜୁରାଟର ଅହମ୍ମଦାବାଦସ୍ଥିତ ଏକ ଏରେନା ଷ୍ଟାଡ଼ିୟମରେ ଅନୁଷ୍ଠିତ ସର୍ବଭାରତୀୟ ଜେଲ୍ ଆଥଲେଟିକ ମିଟ୍‌ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ଉଭୟ ୧୦୦ ମିଟର ଦୌଡ଼ ଓ ଲମ୍ବାଡ଼ିଆଁରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଶୁଭଲିପ୍ସାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି । ସମ୍ପ୍ରତି ଶୁଭଲିପ୍ସା ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଉପ କାରାଗାରେ ମହିଳା କାରାରକ୍ଷୀ ଭାବେ କାର୍ଯ୍ୟରତ ଅଛନ୍ତି । ଓଡ଼ିଶା ଦଳର ଖେଳାଳିମାନେ ଜେ୍‌ଲ ବିଭାଗ ପ୍ରଶିକ୍ଷକ ଡଃ. ବୀରକିଶୋର ଦାସଙ୍କ ତତ୍ତ୍ୱାବଧାନରେ ଅହମ୍ମଦାବାଦ ଯାତ୍ରା କରିଥିଲେ । ଛାତ୍ରାବସ୍ଥାରୁ କ୍ରୀଡ଼ା ପ୍ରତି ରୁଚି ରଖିଥିବା ଶୁଭଲିପ୍ପା ଜଣେ ମେଧାବୀ ଛାତ୍ରୀ । ସେ ପୂର୍ବରୁ ୨୦୧୩, ୨୦୧୪ ଓ ୨୦୧୫ ମସିହାରେ ହୋଇଥିବା ୟୁନିଭରସିଟି ଆଥଲେଟିକ ମିଟ୍ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ଶୁଭଲିପ୍ସା ତାଙ୍କର ଏହି ସଫଳତା ପାଇଁ ଜେଲ ବିଭାଗର ମହାନିର୍ଦେଶକ ମନୋଜ କୁମାର ଛାବ୍ରା, ପ୍ରଶିକ୍ଷକ ଡଃ. ଦାସ ଓ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଭବିଷ୍ୟତରେ ତାଙ୍କୁ ସୁଯୋଗ ମିଳିଲେ ସେ ଆହୁରି ଭଲ ପ୍ରଦର୍ଶନ କରିପାରିବେ ବୋଲି ଶୁଭଲିପ୍ପା ଆଶାପ୍ରକଟ କରିଛନ୍ତି । ଶୁଭଲିପ୍ସା ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଓଳକଣା ଗ୍ରାମର ସ୍ୱର୍ଗତ ରମାରଞ୍ଜନଜ ମହାନ୍ତି ଓ ଶାନ୍ତିଲତା ମହାନ୍ତିଙ୍କ ବଡ ଝିଅ । ପିଲାଟି ବେଳୁ ଶୁଭଲିପ୍ସାଙ୍କ ବାପାଙ୍କ ବିୟୋଗ ହୋଇଯାଇଥିବା ବେଳେ ଟ୍ୟୁସନ କରି ସେ ପାଠ ପଢୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ