ସର୍ବ ଭାରତୀୟ ଧର୍ମ ଘଟକୁ ସଫଳ କରିବାକୁ ଆହ୍ୱାନ

ଚୌଦ୍ୱାର,(ଦୀପକ୍ କୁମାର ବେଉରା): କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ୱାଧୀନ ଫେଡ଼ରେସନ ସମୂହ ଓ ପ୍ରମୁଖ କୃଷକ ସଂଗଠନ ମାନଙ୍କ ତରଫରୁ ନଭେମ୍ବର ୨୬ ଓ ୨୭ ରିଖ ରେ ସର୍ବ ଭାରତୀୟ ସାଧାରଣ ଧର୍ମଘଟ କୁ ଟାଙ୍ଗୀ ଚୌଦ୍ୱାର ଅଂଚଳରେ ସଫଳ କରିବାକୁ ସିଟୁ ଓ ଓଡିଶା କୃଷକ ସଭା ତରଫରୁ ଚୌଦ୍ୱାର ସିପିଆଇଏମ ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦେଶ ବୃଦ୍ଧି ପାଉଥିବା ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦରଦାମ୍, ସରକାରୀ ନିଯୁକ୍ତି ବନ୍ଦ,କର୍ମଚାରୀ ଓ ପେନସନର ମହଂଗଭାତ୍ତା,ଜଙ୍ଗଲ ଜମି ଆଇନ୍ ଖୋଲା ଉଲଂଘନ, କୃଷକ ଓ ଶ୍ରମିକଙ୍କୁ ଅବହେଳା ବିରୁଦ୍ଧରେ ଉକ୍ତ ଧର୍ମଘଟ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଥିଲା। ଏହି ସମ୍ମିଳନୀ ରେ ସିଟୁ ର ନେତା ଜୟ ସିଂ, ପର୍ଶୁରାମ ମହାରଣା, ବିପିନ ବିହାରୀ ସାହୁ କୃଷକ ନେତା ରମେଶ ବେହେରା, ଡମ୍ବରୁଧର ସାହୁ ଓ ସିପିଆଇଏମ ଟାଙ୍ଗୀ ଚୌଦ୍ୱାର ସମ୍ପାଦକ ବିଷ୍ଣୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ