ସର୍ବ ଭାରତୀୟ ସଂଗ୍ରାମ ଜେନା ମେମୋରିଆଲ ଭଲ୍ଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):କଂଗ୍ରେସ ନେତା ସ୍ୱର୍ଗତ ସଂଗ୍ରାମ ଜେନାଙ୍କ ସ୍ମୃତି ଉଦେ୍ଦଶ୍ୟରେ ପ୍ରଥମଥର ପାଇଁ ହାଟଡିହି ଠାରେ ଆରମ୍ଭ ହୋଇଥିବା ସର୍ବଭାରତୀୟ ଭଲ୍ଲିବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାାଟିତ ହୋଇଛି । ସଂଗ୍ରାମ ସେନା ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଓଡିଶାର ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ଭିତରେ ବିଶିଷ୍ଟ କଂଗ୍ରେସ ନେତା ତଥା ସ୍ୱର୍ଗତ ସଂଗ୍ରାମ ଜେନାଙ୍କ ଭାଇ ଟିକିନା ଜେନା, ମନୋଜ ପାତ୍ର, ସାଇ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ପୁଲ-ଏ ରେ ହରିଆନା ସ୍ପାଇକର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ପ୍ରମୁକ ଦଳ ଗୁଡିକ ଥିବାବେଳେ ପୁଲ-ବି ରେ ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ସୁର୍ଯ୍ୟଶିକ୍ଷା ଭଦ୍ରକ ଭଳି ଦଳ ଗୁଡିକ ରହିଛନ୍ତି । ଆଜି ଲିଗ ପର୍ଯ୍ୟାୟ ମ୍ୟାଚ ସହିତ କ୍ୱାଟର ଫାଇନାଳ ମ୍ୟାଚ ଗୁଡିକ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା କାଲି ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଚିତ୍ତରଞ୍ଜନ ପାତ୍ରଙ୍କ ତତ୍ୱାବଧାନରେ ସଂଗ୍ରାମସେନାର କର୍ମକର୍ତ୍ତା ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି । ହଜାର ହଜାର କ୍ରୀଡାପ୍ରେମୀ ଦର୍ଶକ ଏହି ମ୍ୟାଚକୁ ଉପଭୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ