ସର୍ବ ସାଧାରଣ ସ୍ଥାନକୁ ବିଶୋଧନ
ହିଞ୍ଜିଳିକାଟୁ (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳର ବିଭିନ୍ନ ସର୍ବ ସାଧାରଣ ସ୍ଥାନ ଓ ଅଫିସକୁ ବୁଧବାର ପୌର ପରିଷଦ ପକ୍ଷରୁ ବିଶୋଧିତ କରାଯାଇଛି । ଏଥିରେ ହିଂଜିଳିକାଟୁ ଅଗ୍ନିଶମ ବାହିନୀ କର୍ମଚାରୀ ଯୋଗ ଦେଇଥିଲେ । ପାଣିରେ କ୍ଲୋରିନ ଓ ବ୍ଲିଂଚି ପାଉଡ଼ର ପକାଇ ବିଶୋଧିତ କରାଯାଉଛି । କୋର୍ଟ, ଆରଆଇ ଅଫିସ, ପାର୍କ, ଏନଏସି ହାଇସ୍କୁଲ ସାମ୍ନା ପରିବା ଅସ୍ଥାୟୀ ଭେଣ୍ଡିଂ ଜୋନ, ପରିବା ବଜାର,ଥାନା, ମ୍ୟୁନିସପାଲଟି ଅଫିସ ଇତ୍ୟାଦିକୁ ବିଶୋଧିତ କରାଯାଇଛି । ବିଶୋଧନ ପ୍ରକ୍ରିୟା ଚାଲୁ ରହିବ । ସହରର ଅନ୍ୟାନ୍ୟ ଅଫିସ ଓ ସର୍ବ ସାଧାରଣ ସ୍ଥାନ, ଜାତୀୟ ରାଜପଥ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ବିଶୋଧନ କରାଯିବ । ଫାୟାର ଅଧିକାରୀ ଲବ ନାୟକ, ପୌର ପରିଷଦ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲୀପ କୁମାର ମିଶ୍ର ପ୍ରମୁଖ ବିଶୋଧନ କାର୍ଯ୍ୟ ତଦାରଖ କରିଥିଲେ ।
ଫଟୋ: ଫାୟାର କର୍ମଚାରୀଙ୍କ ଦ୍ୱାରା ବିଶୋଧନ କରାଯାଉଛି ।