ସର୍ଭିସ ବନ୍ଧୁକରୁ ଗୁଳି ଫୁୁଟି ସିଆରପିଏଫ ଯବାନ ମୃତ
ସମ୍ବଲପୁର : ଯୁଜୁମରା ସିଆରପିଏଫ୍ କ୍ୟାମ୍ପରେ ଅଭାବନୀୟ ଘଟଣା ଘଟିଛି ।ସିଅରପିଏଫ ଯବାନଙ୍କ ବନ୍ଧୁକରୁ ଗୁଳି ଫୁଟି ଯବାନ ଙ୍କ ମୃତ ହୋଇଥିବା ଜଣାପଡିଛି । ମୃତକ ସିଆରପିଏଫ ଯବାନ ଜଣକ ପଂଞ୍ଜାବ ର ବୁଟାଂ । ସୂଚନା ଅନୁଯାୟୀ ମଙ୍ଗଳବାର କ୍ୟାମ୍ପରେ ଫାୟରି ଅଭ୍ୟାସ ଚାଲିଥିଲା । ଅଭ୍ୟାସ ସାରି ଯବାନ ମାନେ ନିଜ ନିଜ ବସାକୁ ଫେରିଥିଲେ । ଏହା ପରେ କିଛି ସମୟ ପରେ ଗୁଳି ଫାୟରିଂ ର ଶବ୍ଦ ଆସିଥିଲା ।ଏହା ପରେ ଯବାନ ମାନେ ରୁମରେ ପହଞ୍ଚିଥିଲେ । ରକ୍ତ ଯୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।