ସର୍ଵଶକ୍ତି ଏଜୁକେସନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁବିଶ୍ୱ ମାତୃ ଦିବସ ପାଳନ

ସର୍ଵଶକ୍ତି ଏଜୁକେସନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ମହାଆଡ଼ମ୍ବର ସହକାରେ ବିଶ୍ୱ ମାତୃ ଦିବସ ପାଳନ ହୋଇଯାଇଛି । ଟ୍ରଷ୍ଟ ର ସମ୍ପାଦିକା ସୋନାଲି ଶତପଥୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ କଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ଯୋଗଦେଇ ବିଶ୍ୱ ମାତୃ ଦିବସ ଉପଲକ୍ଷେ କହିଥିଲେ ଯେ “ମା” ଏକ ମଧୁର ଡାକ। ଯାହା ଭଗବାନକଂ ଠାରୁ ଆରମ୍ଭ ଏବଂ ଅନ୍ତ ଆଜିସୁଧା କେହି ଖୋଜିପାରୁନାହାନ୍ତି ।ମା ଡାକ ରେ ଅମୁଲ୍ୟ ସ୍ନେହ ,ଶ୍ରଦ୍ଧା ଭରପୁର ଥାଏ ।ସବୁ ପିଲା ପ୍ରାୟ ନିଜ ମା ଠାରୁ ଅନେକ ଶିକ୍ଷା ପାଆନ୍ତି। ମା ପିଲାର ପ୍ରଥମ ଗୁରୁ। ଅନ୍ୟମାନଙ୍କ ମଧ୍ୟରେ ଜ଼ୀଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ,ଜ଼ୀଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗୀ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଓଡ଼ିଶାର ଜୀବିକା ମିଶନ ର ଛତ୍ରପୁର ବ୍ଲକ ସଂଯୋଜିକା ମାନିନୀ ଜେନା, ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା, କେନ୍ଦ୍ରୀୟ ନାରୀ ସଦନ ତଥା ସରକାରୀ ବାଳିକା ପଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର କେନ୍ଦ୍ର ବ୍ରହ୍ମପୁର ର ଜି. ଶର୍ମିଳା, ସର୍ବ ଶକ୍ତି ଏଜୁକେସନ ଓ ଚାରିଟେବୁଲ ର ଟ୍ରଷ୍ଟି ତୁଷାର ଶତପଥୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଛତ୍ରପୁର ବ୍ଲକ ଓ ଏନଏସି ର ମହିଳାମାନେ ଯୋଗଦେଇ ବିଶ୍ୱ ମାତୃ ଦିବସ ଉପରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଆଠ ଜଣ ମହିଳାଙ୍କୁ ଆଦର୍ଶ ମା ଭାବେ ଉପଢୋଙ୍କନ ସହ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଏହା ସହ ଡ୍ରିମ୍ସ ଡେନ୍ସ ଛତ୍ରପୁର ଏକାଡେମୀ ପକ୍ଷର କୁନି କୁନି ଶିଶୁ ମାନଙ୍କ ଦ୍ୱାରା ବିଶ୍ୱ ମାତୃ ଦିବସ ଉପରେ କିପରୀ ଗୋଟିଏ ମା କିପରି ନିଜ ଶିଶୁ ସ୍ନେହ ଆଦରେ ପାଳନ କରେ ସେ ଉପରେ ଦୁଇଗୋଟି ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ରେ ଟ୍ରଷ୍ଟ ପକ୍ଷରୁ ମୋ ମା ନାମରେ ଏକ ଗୀତ ରିଲିଜ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ