ସର୍ଵ ଦଳୀୟ ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ଭୋଟର ତାଲିକା ସଂଶୋଧନ ନିମନ୍ତେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିପିଓ ମୀନକେତନ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, କଂଗ୍ରେସ ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦ, ବିଜେପି ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ପ୍ରଫୁଲ୍ଲ ସାହୁ, ଜଗବନ୍ଧୁ ଦାସ, ସିପିଏମ ନେତା ରାମଚନ୍ଦ୍ର ଶଙ୍ଖୁଆ ପ୍ରମୁଖ ଯୋଗଦେଇ ବୁଥ ସ୍ତରୀୟ ଭୋଟର ତାଲିକା ବାବଦରେ ମତ ଦେଇଥିଲେ। ଏଥିରେ ତହସିଲଦାର ସରୋଜକାନ୍ତ ନାୟକ ଯୋଗଦେଇ ସୁସ୍ଥ, ନିର୍ଭୁଲ ଓ ସଠିକ ଭୋଟର ତାଲିକା ପ୍ରସ୍ତୁତ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ