ସଲମାନଙ୍କ ଓଡ଼ିଶାବାସୀଙ୍କୁ ଓଡ଼ିଆରେ କରୋନା ସଚେତନତା ବାର୍ତ୍ତା

ଭୁବନେଶ୍ଵର : ସାରା ବିଶ୍ୱରେ କରୋନା ଭୂତାଣୁ ନେଇ ସାଧାରଣ ଜନତା ଥରହର ଥିବା ବେଳେ ଏବେ ଭାରତରେ ମଧ୍ୟରେ ଏହା ବଢି ଚାଲିଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢିଚାଲିଛି । ଏହି ଧାରାରେ ଓଡ଼ିଶାରେ ମଧ୍ୟ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି । ଏଭଳି ସ୍ଥିତିରେ ବଲିଉଡ୍‌ର ସୁପର ଷ୍ଟ।ର ଭାଇଜାନ୍‌ ଭାବେ ପରିଚିତ ସଲମାନ ଖାନ୍‌ ଓଡ଼ିଶାବାସୀଙ୍କୁ ଓଡ଼ିଆ ଭାଷାରେ ସଚେତନତା ବାର୍ତ୍ତା ପଠାଇଛନ୍ତି। ସଚେତନତା ବାର୍ତ୍ତାରେ ଏକ ଭିଡିଓ ଓଡିଶା ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଛଡାଯାଇଛି । ଭିଡିଓଟିରେ ସଲମାନ କହିଛନ୍ତି ଯେ ମୋର ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ସଲମାନ୍‌ର ନମସ୍କାର। ନିକଟରେ କିଛିଦିନ ତଳେ ହକି ବିଶ୍ଵକପ୍‌ ପାଇଁ ମୁଁ ଆପଣଙ୍କ ପାଖକୁ ଆସିଥିଲି। ଏଥିପାଇଁ ମୁଁ ଆପଣଙ୍କୁ ଏକ ଅନୁରୋଧ କରିବାକୁ ଚାହୁଁଛି, ଓଡ଼ିଶା ସରକାର ଆପଣଙ୍କୁ ଯେଉଁ ପରାମର୍ଶ ଦେଇଛନ୍ତି ଆପଣ ସେସବୁ ଦୟାକରି ମାନନ୍ତୁ , ଛିଙ୍କ ଆସିଲେ ମୁହଁରେ ରୁମାଲ ଦେଇ ଛିଙ୍କନ୍ତୁ କାରଣ ଛିଙ୍କିବା, ଛୁଇଁବା ଦ୍ବାରା କରୋନା ଭୂତାଣୁ ବ୍ୟାପିଥାଏ । ହାତକୁ ବାରମ୍ବାର ସାବୁନରେ ଧୋଇବା ଉଚିତ। ଅତ୍ୟନ୍ତ ଜରୁରୀ ନ ଥିଲେ ଘରୁ ବାହାରକୁ ଯାନ୍ତୁ ନାହିଁ । ଆପଣ ନିଜର ଯତ୍ନ ନେବା ସହ ଅନ୍ୟମାନଙ୍କର ବି ଯତ୍ନ ନିଅନ୍ତୁ । ଏହା ମାତ୍ର କିଛି ଦିନର କଥା, ଆସନ୍ତୁ ସମେସ୍ତ ନିୟମ ମାନି ଚଳିବା ସହ ଭୂତାଣୁକୁ ହରାଇବା । ମୋ ତରଫରୁ ଆପଣମାନଙ୍କୁ ଭଲପାଇବା ଜଣାଉଛି କରୋନାକୁ କରନ୍ତୁ ନା’ ବୋଲି ବାର୍ତା ଦେଇଛନ୍ତି । ଏହିବ୍ରତ ଟିରେ ବିଭିନ୍ନ ସଚେନତାନା ମୂଳକ ବାର୍ତା ଥିବା ଦେଖିବାକୁ ମିଳିଛି, ଏହି ଭିଡ଼ିଓଟି ବର୍ତମାନ ଭାଇରଲ ହେବାରେ ଲାଗିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ