ସଲିମ ଖାନଙ୍କ ତିର୍ତୋଲରେ ବିଜେପି ପ୍ରାଥି ରାଜକିଶୋରଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ତିର୍ତୋଲରେ ବିଧାନସଭା ଉପ ନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଆଗେଇଚାଲିଛି । ଏହି ଉପନିର୍ବାଚନରେ ଅବତ୍ତୀର୍ଣ୍ଣ ହୋଇଥିବା ବିଭିନ୍ନଦଳର ପ୍ରାର୍ଥୀଙ୍କ ମଧ୍ୟରେ ପ୍ରମୁଖ ସ୍ଥାନରେ ପ୍ରଚାରରେ ଆଗରେ ରହିଛନ୍ତି ବିଜେପି, କଂଗ୍ରେସ ଓ ବିଜେଡି ଦଳ । ଏହି ଦଳର ପ୍ରାର୍ଥୀ, ନେତା ଓ ଦଳୀୟ କର୍ମୀମାନେ ଗାଁକୁ ଗାଁ ବୁଲି ନିଜ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଚାର ଜୋରଦାର ଚଳାଇଥିବା ଦେଖାଯାଇଛି । ଏହି ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଦଳୀୟ ପ୍ରାର୍ଥୀ ଭାବେ ରାଜକିଶୋର ବେହେରା ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଥିବା ଦେଖାଯାଇଛି । ଦଳର ନେତା ଓ କର୍ମୀମାନେ ଦ୍ୱାର ଦ୍ୱାର ବୁଲି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟଭିକ୍ଷା କରିବା ସହ କେନ୍ଦ୍ର ସରକାରଙ୍କ ଲୋକାଅଭିମୁଖି ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଉଥିବା ଦେଖାଯାଇଛି । ବିଜେପି ଦଳର ବିଧାନସଭା ପ୍ରାର୍ଥୀ ରାଜକିଶୋରଙ୍କ ପାଇଁ ନିର୍ବାଚନ ପ୍ରଚାର ନିମନ୍ତେ କେନ୍ଦ୍ରାପଡାରୁ ବରିଷ୍ଠ ବିଜେପି ନେତା ମହମ୍ମଦ ସଲିମ ଖାନ ତିର୍ତୋଲ ଯାଇ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ଦେଖାଯାଇଛି । ମହମ୍ମଦ ଖାନଙ୍କୁ ଦଳର ପ୍ରଭାରୀ ଭାବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ନିମନ୍ତେ ତିର୍ତୋଲ ବ୍ଲକର କ୍ରିଷ୍ଣାନନ୍ଦପୁର ଓ ବିଷନପୁର ଗ୍ରାମ ପଞ୍ଚାୟତର ଦାୟୀତ୍ୱ ଦିଆଯାଇଛି । ମହମ୍ମଦ ସଲିମ ଖାନ ଏହି ଦୁଇଟି ଗ୍ରାମପଂଚାୟତର ପ୍ରତ୍ୟେକ ଘରକୁ ଘର ବୁଲି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଙ୍କ ସମେତ ବିଶେଷ ଭାବରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କୁ ବୁଝାଇ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ମହମ୍ମଦ ଖାନ ୨ପଂଚାୟତର ବିଭିନ୍ନ ସ୍ଥାନରେ ବୈଠକ କରି ମଧ୍ୟ ଲୋକମାନଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ଓ ମନମୁଖି ଶାସନ ବିଷୟରେ ସେ ଲୋକମାନଙ୍କୁ ବୁଝାଉଥିବା ଜଣାପଡିଛି । ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ମହମ୍ମଦ ଖାନଙ୍କ ସହିତ ବରିଷ୍ଠ ବିଜେପି ନେତା ମିର୍ଜା ଜାଫରବେଗ,ମହମ୍ମଦ ଆଝାରୁଦ୍ଦିନ,ମହମ୍ମଦ କାଶିତ,ବବଲୁ,ମିର୍ଜା ସିଧିକ ବେଗ,ଅବଦୁଲ ଆହାଦ ହାଜି ପ୍ରମୁଖ ଶତାଧିକ ବିଜେପିକର୍ମୀ ସାମିଲ ହୋଇ ନିର୍ବାଚନ ପ୍ରଚାର କରୁଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ