ସଲ୍ପ ବର୍ଷା ଯୋଗୁଁ କାଶୀନଗର ଅଞ୍ଚଳରେ ମରୁଡି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଓ ଗୋଶାଣି ବ୍ଲକରେଅଧିକା ମାତ୍ରାରେ ଧନ ଚାଷ ହୋଇଥାଏ ଏବଂ ଅନ୍ୟ ୪ଟି ବ୍ଲକରେ ଧନ ଚାଷ କାଁ ଭାଁ ହୋଇଥାଏ I ଗତ ଦୁଇ ମାସରେ ଯେତିକି ପରିମାଣର ବର୍ଷା ହେବା କଥା ତାହା ହୋଇନାହିଁ I ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ଆଶଙ୍କା ଦେଖା ଗଲାଣି I ନାଁ କୁ ମାତ୍ର ବଂଶଧରା ନଦୀ ଆମ ଓଡିଶାର ବୋଲି ଦାବି କରି ଆସୁଛୁ ହେଲେ ପାଣିକୁ ଆନ୍ଧ୍ର କାଶୀନଗର ଦେଈ ଯାଉଥିବା ବଂଶଧାରା ନଦୀର କାଶୀନଗରଆରପଟେ ଆନ୍ଧ୍ର ପ୍ରଦେଶ ସରକାର କାଟ୍ରାଗଡା ପ୍ରଜେକ୍ଟ ଦ୍ୱାରା ଆନ୍ଧ୍ର ବଂଶଧାରାନଦୀର ସବୁ ପାଣିର ସାଧାରଣ ବ୍ୟବହାର କରୁଛି I ଓଡିଶା ସରକାରମେଗାପ୍ରୋଜେକ୍ଟ ପାଇଁ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରୁଛନ୍ତି I କିନ୍ତୁ ଏହା ଫଳସୂନ ହୋଇଗଲା ବ୍ଲକରେ ପାରଳା ମହାରାଜାଙ୍କ ଅମଳରୁ ନିର୍ମିତ କୃଷ୍ଣ ସାଗର ବନ୍ଧ ୨୦୦ ହେକ୍ଟର ରୁଅଧିକ ଜମିରେ ଜଳସେଚନ କରିବାର କ୍ଷମତା ଥଲେ ମଧ୍ୟ ରାଜ୍ୟସରକାରଙ୍କ ଆନ୍ତରିକତା ନଥିବା ଯୋଗୁଁ ଏହା ପୁନରୁଦ୍ଧାର ହୋଇପାରୁନି କି ବନ୍ଧର ପଙ୍କ ଉଦ୍ଧାର କରା ଯାଉନାହିଁ l ଯାହା ଫଳରେ ଚାଷୀମାନେ ପ୍ରତିବର୍ଷ ମରୁଡି ଭଳି ବିପତିରେ ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି lସେପଟ ଏକ ଚିର ସ୍ରୋତା ମୁଲିପାଟି ଜୋରି ନାଳକୁ ଏହି ବନ୍ଧ କୁ ସଂଯୋଗୀ କରଣ କରିଥିଲେ I ବନ୍ଧର ପାଣି କେବେ ସୁଖୀ ନଥାନ୍ତାକାଶୀନଗର ରୟତ ସଂଘ ବାରମ୍ବାର ବିଭିନ୍ନ ଦାବି କରି ଆସୁଛି I ହେଲେ ପ୍ରଶାସନ ଏହାକୁ ଅଣଦେଖା କଲେ ରାଜ ରାସ୍ତାକୁ ଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ଗଜପତି ଜିଲ୍ଲା ବିଜେପିକୋଷାଧ୍ୟକ୍ଷ୍ୟ ଶ୍ରୀ ମୁକୁନ୍ଦ ରାଓ ଚେତାବନୀ ଦେଇଛନ୍ତି I ଅଗ୍ରଣୀ ଚାଷୀ ଦେବି ପ୍ରସାଦ ମିଶ୍ର କହିଛନ୍ତି ଯେ ସରକାରଙ୍କ ଚାଷୀଙ୍କ ସହ ପ୍ରଶାସନ ଆଲୋଚନା କରି ପଦକ୍ଷେପ ନେଲେ ଚାଷୀଙ୍କ ମଙ୍ଗଳ ହୋଇଥାନ୍ତା ବୋଲି କହିଛନ୍ତି I କାଶୀନଗର ଏନ ଏ ସି ଉପାଧ୍ୟାକ୍ଷ ଶ୍ରୀ ରଘୁ ରାମ ସାହୁ ମଧ୍ୟ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ମାନେ ବର୍ତମାନ ମରୁଡିର ସମ୍ମୁଖୀନ ହେଉଥିବାରୁ ସେ ବି ପ୍ରଶାସନ କୁ ଗୁହାରି କରିଛନ୍ତି I ବାତିପୋଳ ଓ ଜିରୋ ଡେମ , ପୁଲିଗୁମି ନାଳ, ମୁଲିପାଟି ଜରୁ ନାଳ ର ପାଣି ଯଦି ସଂରକ୍ଷଣ କରାଯାଏ ତାହା ହେଲେ କାଶୀନଗର ଅଞ୍ଚଳରେ କେବେ ମରୁଡି ରହିବ ନାହିଁ ବୋଲି ସେ କହିଛନ୍ତି I ବେଳ ଥାଉ ଥାଉ ସରକାର ଓ ପ୍ରଶାସନ ଦୃଷ୍ଟି ଦେବାକୁ କହିଛନ୍ତି I ଯଦି ମରୁଡି ହୁଏ ତାହା ହେଲେ ବହୁଲୋକ ଦାଦନ ଖଟି ବାକୁ ଚାଲିଯିବେ I ସରକାର ଓ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ମରୁଡି ଭଳି ଏହି ବିପଦରୁ ରକ୍ଷା କରିବା ପାଇଁ କି ଭଳି ପଦକ୍ଷେପ ନେଉଛନ୍ତି ତାକୁ ଚାତକ ଭଳି ଚାଷୀ ଚାହିଁ ବସିଛନ୍ତି l ରାଜ୍ୟ ସରକାର କାଶୀନଗର ବ୍ଲକରେ ଥିବା ସମସ୍ତ ଛୋଟ ବଡ ସାଗର ନାଳ ଓ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧ କାଳୀନ ଭିତରେ ଆରମ୍ଭ କରିବା ପାଇଁ ଏ ଅଞ୍ଚଳର ଚାଷୀ ମାନେ ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ