ସସପେନ୍ସ ଘେରରେ ନିହାରିକା ହତ୍ୟାକାଣ୍ଡ

(ଯୁଗାବ୍ଦ ନ୍ୟୁଜ) ୧୯୮୦ ଦଶକ ପରେ ବିଲୁଆଖାଇ ନଦୀପଠା ଦେଖିଲା ଆଉ ଏକ ହତ୍ୟାକାଣ୍ଡ । ଛବିରାଣୀ ଙ୍କ ହତ୍ୟାକାଣ୍ଡ କୁ ନେଇ ସ।।ରା ରାଜ୍ୟ ରେ ହଇଚଇ ସୃୃୃୃୃୃୃୃୃୃୃୃୃୃୃୃୃୃଷ୍ଟି ହୋଇଥିବାବେଳେ ପୁଣିଥରେ ଆଉ ଏକା ହତ୍ୟାକାଣ୍ଡ କୁ ନେଇ ତାଜା ହୋଇଛି ବିଲୁଆ ନଦୀପଠା । ଆଉ ଏବେ ନର୍ସି ଛାତ୍ରୀ ନିହାରିକା ପାତ୍ର ମଡ୍ଡର ମିଷ୍ଟ୍ରି କୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା । ଗତକାଲି ନିହାରିକା ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଆଞ୍ଚଳ ଓରଫ ରାଜାର ହାତ ଥିବା ସନ୍ଦେହ କରାଯାଉଛି । ନର୍ସ ନିହାରିକାଙ୍କ ସିସିଟିଭି ଚିତ୍ର ହସ୍ତଗତ ହେବା ପରେ ପୁଲିସ୍ ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରିଥିଲା। ସିସିଟିଭି ଫୁଟେଜ୍ ଅନୁଯାୟୀ, ଗତ ୮ ତାରିଖ ଅପରାହ୍ନ ୪ଟାରେ ସେ ହସ୍ପିଟାଲରୁ ବାହାରିଥିଲେ । ଭୁବନେଶ୍ୱର ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗାଁର ନିହାରିକା ପାତ୍ର କଟକରେ ଏକ ନର୍ସିଂହୋମ୍ରେ ନର୍ସ ଭାବେ କାର‌୍ୟ୍ୟରତ ଥିଲେ। ସେ ଗତ କିଛି ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଉନଥିଲେ। ମୃତଦେହ ମିଳିବା ପରେ ତାଙ୍କ ପ୍ରେମିକ ଉପରେ ପୋଲିସର ସନ୍ଦେହ ବଢିଥିଲା । ଆଉ ଶେଷରେ ଆଜି ପୋଲିସ ପାଖରେ ଆତ୍ମସମର୍ପଣ କରିଛି ରାଜା । ରାଜା ଆତ୍ମସମର୍ପଣ କରିବା ପରେ ମୃତ୍ୟୁ ଉପରୁ ଗୁମର ଫିଟିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ