ସହକାରୀ ନିବନ୍ଧକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବାରିକପୁର,(ଓ୍ବାଇଏନ୍ଏସ୍): ବାଲେଶ୍ୱର –ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନୂତନ ସହକାରୀ ନିବନ୍ଧକ ବିକାଶ ଚନ୍ଦ୍ର ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମିତି କର୍ମଚାରୀ ସଂଘ ଓ କାର୍ଯ୍ୟାଳୟ କର୍ମକର୍ତ୍ତାଙ୍କ ଗହଣରେ ନୂତନ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । କର୍ମଚାରୀ ସଂଘ ସମ୍ପାଦକ ଅରୁଣୋଦୟ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସତ୍ୟପ୍ରକାଶ ସେଠୀ, ରବିନ୍ଦ୍ର ଦାସ, ସନ୍ତୋଷ କୁମାର ଦାସ, ରାଜେନ୍ଦ୍ର ଖଣ୍ଡାଇ, ବସନ୍ତ କୁମାର ରଣା, ଆଲୋକ ବହ୍ଲବ ସାହାଣୀ ପ୍ରମୁଖ ସ୍ୱାଗତ ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଳାଷ ରଣା, ତାପସ କୁମାର ରାଉତ, ଶିବପ୍ରସାଦ ଲେଙ୍କା, ସଂଜୟ ମଲ୍ଲିକ, ଗାୟତ୍ରୀ ପରିଡା, ଗୌରାଙ୍ଗ ନାୟକ, ବୃନ୍ଦାବନ ବଳ, ପ୍ରକାଶ ଜ୍ୟୋତି ମହାକୁଡ, ବିଣ୍ଣୁ ମୋହନ ଘଡେଇ ପ୍ରମୁଖ ଏଥିରେ ଯୋଗଦେଇଥିଲେ । ଏହି ଅବସରରେ ନୂତନ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଶ୍ରୀନାୟକ ବ୍ୟାଙ୍କ ସହିତ ସମିତି ଜରିଆରେ ଚାଷୀମାନଙ୍କ ପାଇଁ ନିଷ୍ଟାର ସହ କାର୍ଯ୍ୟ କରିବାକୁ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।


