ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ର ବହୁ ପୁରାତନ ଶିକ୍ଷାନୁଷ୍ଠାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆସାହି (କେ.ଜି.ବି.ଭି) ରେ କାର୍ଯ୍ୟରତ ସହକାରୀ ଶିକ୍ଷକ ପବିତ୍ର ମୋହନ ପାଢ଼ୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ରେ ସମ୍ନାନିତ କରାଯାଇଥିଲା । ଉକ୍ତ ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଭାପତି ରୂପେ ଶ୍ରୀମତୀ ରେଣୁକାବତୀ ସାହାଣୀ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ବଳରାମ ବେହେରା ଏବଂ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ସୁକଦେଵ ନାୟକ ଏବଂ ସିଆରସିସି ଗୌରୀଶଙ୍କର ପାଢ଼ୀ, ଅମୁଲ୍ୟ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଶିକ୍ଷୟତ୍ରୀ ଶ୍ରୀମତୀ ନିବେଦିତା ନାୟକ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜ ବକ୍ତବ୍ୟରେ ଶ୍ରୀ ପାଢ଼ୀ କିପରି ମେଳାପୀ, ଛାତ୍ରବତ୍ସଳ, ଶ୍ରଦ୍ଧା ଏବଂ ସାହସୀ ର ପ୍ରତୀକ ଥିଲେ ତାହା ବର୍ଣ୍ଣନା କରିଥିଲେ । ଏହା ପରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀପାଢ଼ୀ ସ୍କୁଲରେ କାର୍ଯ୍ୟରତ ସମୟରେ ନିଜର ଅନୁଭୂତି ବିଷୟରେ ବକ୍ତବ୍ୟ ରଖିଥିଲେ । ଏହାପରେ ମୁଖ୍ୟ ଅତିଥିଙ୍କ ବକ୍ତବ୍ୟ ପରେ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସହକାରୀ ଶିକ୍ଷକ ଶିଶିରକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ