ସହକାରୀ ଶିକ୍ଷକ (ଏକ୍ସ-କ୍ୟାଡ଼ର) ମହାସଂଘ ଡିସେମ୍ବର ୧୨ରେ ହୋଇଥିବା ବିଧାନସଭା ଘେରାଉକୁ ସ୍ଥଗିତ ରଖିଲା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ଏକ୍ସ-କ୍ୟାଡ଼ର ସହକାରୀ ଶିକ୍ଷକ ମହାସଂଘ ୫ ଦଫା ଦାବି ନେଇ କଂଗ୍ରେସ ଭବନଠାରୁ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ପାଖାପାଖି ୧୫ ହଜାର ଶିକ୍ଷକଙ୍କୁ ନେଇ ଏକ ବିରାଟ ରାଲି ମାଧ୍ୟମରେ ସରକାରଙ୍କ ପାଖରେ ନିଜର ଦାବି ଉପସ୍ଥାପନ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । (୧) ଏକ୍ସ-କ୍ୟାଡ଼ର ଉଚ୍ଛେଦ ଓ କ୍ୟାଡ଼ର ଶିକ୍ଷକ ମାନ୍ୟତା, (୨) ରହି ଯାଇଥିବା ଗଣଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା, (୩) ସମସ୍ତ ଶିକ୍ଷକମାନଙ୍କୁ ଇନ୍‌କ୍ରିମେଣ୍ଟ ପ୍ରଦାନ, (୪) ନୂତନ ପେନସନ ବଦଳରେ ପୁରୁଣା ପେନସନ ପ୍ରଦାନ ଏବଂ (୫) କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଆଦି ୫ ଦଫା ଦାବି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ସହ ବିଧିବଦ୍ଧ ଆଲୋଚନା କରାଯାଇଥିଲା ଏବଂ ଡିସେମ୍ବର ୧୬ ତାରିଖରୁ ୨୦ ଡିସେମ୍ବର ମଧ୍ୟରେ ଶିକ୍ଷକ କମିଟିରେ ମହାସଂଘର ଦାବିକୁ ଆଲୋଚନା ସହ ସ୍ଥାନ ଦେବା ପାଇଁ ପ୍ରତିଶ୍ରୁତି ମିଳିଥିଲା । ମହାସଂଘ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ଜାନୁୟାରୀ ୫ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ମହାସଂଘର ସଭାପତି ଶିବଲାଲ ସାହୁ, ସମ୍ପାଦକ ବୁଲୁ ବେହେରା, ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ତ୍ରିଲୋଚନା ବିଶ୍ୱାଳ, ମହାସଚିବ ଉମାକାନ୍ତ ନାୟକ, ଉପସଭାପତି ରାଧାଶ୍ୟାମ ବାରିକ, ଶନିଶ୍ଚର ବେହେରା, ରାମଚନ୍ଦ୍ର ନାୟକ, ମହେନ୍ଦ୍ର ଧଡ଼ା, ସୁଧାକର ସିଂ, ସୁବାସ ପ୍ରଧାନ, ବୀରେନ ଦାସିଆ, ସୁପ୍ରୀତି ଖୁଣ୍ଟିଆ, ବିଜୟ ଗୌଡ଼, ଅରୁଣ ପଟ୍ଟନାୟକ, ମହେନ୍ଦ୍ର ପଟେଲ, ଦିଗମ୍ବର ପଟେଲ, ପ୍ରିୟତମା ସାହୁ, ସୃଷ୍ଟିଧର ଦାସ, ଛବିଲତା ବାରିକ, ଚିତ୍ତରଞ୍ଜନ ଭଞ୍ଜ, କ୍ଷୀରୋଦ ସାହୁ, ଅଶୋକ ଦାସ, ଅସରଫ ଅଲ୍ଲୀ, ପ୍ରକାଶ ମଲ୍ଲିକ, ମୁକ୍ତିକାନ୍ତ ପରିଡ଼ା, ପଦ୍ମନ ମହାରଣା, ଜଗତଜୀବନ ଖମାରୀ, ପ୍ରବୀଣ ମହାନ୍ତି, ବିଭୂତି ତ୍ରିପାଠୀ, ନମିତା ସ୍ୱାଇଁ, କୈଳାସ ଜେନା, ଦିଲ୍ଲୀପ ପ୍ରଧାନ, ବିଷ୍ଣୁ ନାୟକ, ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ରାଲିର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ