ସହଜ ହେବନି ବିରୋଧୀଙ୍କ ପାଇଁ ଏହି ନିର୍ବାଚନ
ଓଡିଶା ରେ ସାଧାରଣ ନିର୍ବାଚନ କୁ ନେଇ ବର୍ତମାନ ସବୁଠି ଅଲୋଚନା ଜୋରଧରୁଛି। କେତେବେଳେ କେଉଁ ଦଳ କେଉଁ ରଣନୀତି ଅପଣାଉଛି ତାହା ଆଲୋଚନା ର କେନ୍ଦ୍ରବିନ୍ଦୁ ହୋଇରହୁଛି। ନିର୍ବାଚନ ପବନ କେତେବେଳ କେଉଁ ଆଡେ ବହୁଛି ତାହା ନେତା ଙ୍କ ପାଇଁ ମଧ୍ୟ ବୁଝିବା କଷ୍ଟ ହେଲାଣି। ଗଞ୍ଜାମ ଜିଲ୍ଲା ରେ ଗତ ନିର୍ବାଚନ ବିଜୁ ଜନତା ଦଳ କୁ ସଫଳତା ମିଳିଥିବା ବେଳେ ବିରୋଧୀ ମାନେ ସମ୍ପୂର୍ଣ ଧରାଶାୟୀ ଥିଲେ। ଚଳିତ ନିର୍ବାଚନ ସବୁ ରାଜନୈତିକ ଦଳ ର ଟିକେଟ ବଣ୍ଟା କୁ ନେଇ ଅସନ୍ତୋଷ ରହିଥିବା ବେଳେ ନିଜ ନିଜ ସ୍ଵାର୍ଥ କୁ ଦେଖି ନେତା ମାନେ ଦଳ ବଦଳାଇବା ରେ ଲାଗିଛନ୍ତି। କିଏ କେଉଁ ଦଳରୁ ପ୍ରାରଥୀ ହାଉଛି ତାହା ଭୋଟର ମାନେ ମଧ୍ୟ ହଜମ କରିପାରୁନାହାନ୍ତି। ଗଞ୍ଜାମ ଜିଲ୍ଲା କୁ ଦେଖିଲେ ସବୁ ଦଳ ଦୀର୍ଘ ଦିନ ଅଙ୍କ କଷି କଷି ପ୍ରାର୍ଥୀ ଦେଇଛନ୍ତି। ଭାରତୀୟ ଜନତା ଦଳ ଅନେକ ନିର୍ବାଚନ ମଣ୍ଡଳୀ ରେ ଆମଦାନୀ ନେତା କୁ ଟିକେଟ ଦେଇଥିବା ବେଳେ ଦଳୀୟ କର୍ମୀ କୁ ଉପେକ୍ଷା କରିଛି। ଫଳରେ ଦୀର୍ଘଦିନ ଧରି ସଂଗଠନ କୁ ଜାବୁଡି ରଖିଥିବା ନେତା ଙ୍କୁ ବର୍ତମାନ ନିରାଶ ହେବାକୁ ପଡିଛି। ଏହିପରି ଅନୁରୂପ ଦୃଷ୍ଟିପଟ ସୋରଡା ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀ ରେ ଏଥର ଦେଖିବାକୁ ମିଳିବ ହେଭି ଫାଇଟ। ସୋରଡା ରେ ତ୍ରିମୂଖୀ ଲଢେଇ ମଧ୍ୟରେ ବିଜୁ ଜନାଦଳ ର ଦୁଇଥର ବିଧାୟକ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ, ବିଜେପି ର ନୀଳମଣି ବିଶୋୟୀ, ଓ କଂଗ୍ରେସ ର ସଂଗ୍ରାମ କେଶରୀ ମହାନ୍ତି। ଚଳିତ ନିର୍ବାଚନ ରେ ବିଧାୟକ ଙ୍କୁ ଚକମା ଦେବା ବିରୋଧୀ ଙ୍କ ପାଇଁ ସହଜ ହେବନି। ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ୨୦୦୯ ମସିହା ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚନ ମଇଦାନ ରେ ଥିବା ବେଳେ ନୀଳମଣି ବିଶୋୟୀ ଙ୍କୁ କଂଗ୍ରେସ ଟିକେଟ ନଦବା ଫଳରେ ସେ ସ୍ଵାଧୀନ ରେ ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ରେ ଲଢିବା ସହ କଡା ସଂଘର୍ଷ ରେ ପ୍ରାୟ ୩୦୦୦ ଭୋଟ ରେ ପରାସ୍ତ ହେବା ପରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ। ନିଜ ନିର୍ବାଚନ ମଣ୍ଡଳୀ ର ପ୍ରତୀଟି କାର୍ଯ୍ୟ ରେ ଲୋକଙ୍କ ନିକଟରେ ଉପସ୍ଥିତ ରହି ବେସ ଲୋକପ୍ରିୟ ନେତା ଭାବେ ନିଜକୁ ଗଢି ତୋଳିଛନ୍ତି। ଅଷ୍ଟପ୍ରହର ନାମସଙ୍କୀର୍ତନ,ମନ୍ଦିର ପ୍ରତିଷ୍ଠା, ଉଦ୍ଘାଟନ,ସଭା ସମିତି, ବାର୍ଷିକ ଉତ୍ସବ ଏହିପରି ପ୍ରତି କାର୍ଯ୍ୟ ରେ ଲୋକଙ୍କ ସହ ନିଜକୁ ସାମିଲ କରି ଏକ ଲୋକପ୍ରିୟ ସାଧାରଣ ନେତା ଭାବେ ବେସ ପରିଚିତ ହୋଇଛନ୍ତି। ଏହି ସମୟରେ ଅନେକ ଉନୟନ କାର୍ଯ୍ୟ ମଧ୍ୟ ସହର ସମେତ ଅଞ୍ଚଳରେ ଦେଖିବାକୁ ମିଳିଛି। ୨୦୧୪ ମସିହା ରେ ପୁଣିଥରେ ବିଧାୟକ ପୂର୍ଣ ଚନ୍ଦ୍ର ସ୍ଵାଇଁ କୁ ଦଳ ଟିକେଟ ଦେଲା, ଏବଂ କଂଗ୍ରେସ ତରଫରୁ ୨୦୦୯ ରେ ନୀଳମଣି କୁ ଟିକେଟ ନାଦବା ଭୁଲ କୁ ସୁଧାରିବାକୁ ଯାଇ ଦଳ ନୀଳମଣି ଙ୍କ ଭାଇ ବସନ୍ତ ବିଶୋୟୀ ଙ୍କୁ ପ୍ରାର୍ଥୀ କଲା । ୨୦୦୯ ରେ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ନିର୍ବାଚନ ମଇଦାନ ରେ ନୂଆ ଥିବା ବେଳେ ୨୦୧୪ ରେ କିନ୍ତୁ ବସନ୍ତ ବିଶୋୟୀ ଏହି ମଇଦାନ ରେ ନୂଆ ଥିଲେ। ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ନିର୍ବାଚନ ଗୋଟି ଚାଲଣା ବସନ୍ତ ବିଶୋୟୀ ଙ୍କୁ ଚକମା ଦେବା ସହ ପ୍ରାୟ ୧୫୦୦୦ ଭୋଟ ଋ ଉର୍ଦ୍ଧ ଭୋଟ ରେ ବିଜୟ କରିଥିଲା ଫଳରେ ଦ୍ଵିତୀୟ ଥର ବିଧାୟକ ହୋଇଥିଲେ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ । ୨୦୧୪ ମସିହା ରୁ ୨୦୧୯ ମସିହା ରେ ବିଭିନ୍ନ ଉନୟନ ଯୋଜନା କୁ ସଫଳ ରୂପେ ପହଞ୍ଚାଇବାରେ ବିଧାୟକ ଙ୍କ ବିଫଳତା ଲୋକଙ୍କୁ ନିରାଶ କରିଥିଲା। ପ୍ରତେକ କାର୍ଯ୍ୟ ରେ ଅହେତୁକ ରାଜନୀତିକରଣ ଯୋଗୁଁ ଲୋକଙ୍କୁ ନିରାଶହେବାକୁ ପଡିଥିଲା। ଅନ୍ୟପଟେ ବିଧାୟକଙ୍କ ନିକଟ ସମର୍ଥକ ମାନଙ୍କ ଲୋକଙ୍କ ପ୍ରତି ବ୍ୟବହାର ଲୋକଙ୍କୁ ବିଧାୟକ ଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିଥିଲା। ବିଧାୟକ ଙ୍କ ନା ଧରି ଅନେକ କାର୍ଯ୍ୟ ମଧ୍ୟ ହାସଲ କରିବା ପାଇଁ କିଛି ବ୍ୟକ୍ତି ଙ୍କ ଚକ୍ରାନ୍ତ ସର୍ବସାଧାରଣରେ ବିଧାୟକ ଙ୍କୁ ସମଲୋଚନା ର ପାତ୍ର ବନେଇଥିବା ବେଳେ ବର୍ତମାନ ବିରୋଧୀ ଏହାକୁ ଅସ୍ତ୍ର କରିବା ପାଇଁ ଯେଉଁ ଯୋଜନା କରୁଛି ତାହା କେତେଦୂର ସଫଳ ହେବ କହିବା କଷ୍ଟ। କାରଣ ଏହି ନିର୍ବାଚନ ମଇଦାନ ରେ ବିଧାୟକ ଏକ ପୁରୁଣା ଖିଲାଡ଼ି। ବିଗତ ୧୦ ବର୍ଷ ମଧ୍ୟ ରେ ଲୋକଙ୍କ ସହ ରହି ରହି ବେସ ଭଲଭାବେ ଜାଣିଛନ୍ତି କେଉଁଠି କେଉଁ ଅସ୍ତ୍ର ପ୍ରୟୋଗ କଲେ ସଫଳତା ମିଳିବ। ଲୋକଙ୍କୁ କେମିତି ନିଜର କରିହେବ ଏଥିରେ ସିଦ୍ଧହସ୍ତ ଅଟନ୍ତି ବିଧାୟକ। ଗଞ୍ଜାମ ଜିଲ୍ଲା ରେ ବିଗତ ବର୍ଷ ମାନଙ୍କରେ ହୋଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ରୁ ଧରଣି କୁ କିପରି ହଟାଇବାରେ ବିଧାୟକ ଙ୍କ ଗୋଟି ଚାଳନ ବେସ କାମକରିଥିଲା। ତାହା ସହ ସ୍ଵର୍ଗତ ପ୍ୟାରିମୋହନ ମହାପାତ୍ର ଙ୍କ ମିଡନାଇଟ ଅପରେଶନ କୁ ପଦାରେ ପକାଇବା ଘଟଣାବିଧାୟକ ଙ୍କ ଉକୃଷ୍ଟ ରାଜନୀତି କୁ ଦର୍ଶାଉଛି। ବିଭିନ୍ନ ଆପାତକାଳୀନ ସମୟରେ ଲୋକଙ୍କ ନିକଟ ରେ ରହି ଲୋକଙ୍କୁ ସାହାର୍ଯ୍ୟ କରି ନିକଟତର ହେବା ବେସ ଜଣା। ଚଳିତ ନିର୍ବାଚନ ରେ କିନ୍ତୁ ପୁଣିଥରେ ୨୦୦୯ ର ପ୍ରାର୍ଥୀ ନୀଳମଣି ଓ ପୂର୍ଣ୍ଣ ଚନ୍ଦ୍ର ଙ୍କ ମଧ୍ୟରେ ଫାଇଟ ଦେଖିବାକୁ ମିଳିବ। ଏଥର କିନ୍ତୁ ଦୁଇ ଜଣ ରାଜନୀତି ମଇଦାନ ରେ ପୁରୁଣା ଖିଲାଡି। ଦୁଇ ଜଣକ ରାଜନୀତି ଗୋଟି ଚାଳନା କାହାକୁ କେତେ ସଫଳତା ଦବ ତାହା ନିର୍ବାଚନ ଫଳାଫଳ କହିବ। ବିଭିନ୍ନ ପଞ୍ଚାୟତ ର ଲୋକଙ୍କ ଚର୍ଚା କୁ ଶୁଣିଲେ ଜଣାପଡେ ଯେ ବିଧାୟକଙ୍କ କିଛି ତ୍ରୁଟି ନିଶ୍ଚୟ ଲୋକଙ୍କୁ ଅସନ୍ତୁଷ୍ଟ କରିଛି ସତ କିନ୍ତୁ ଏହା କେବଳ ଏକ ଅଭିମାନ। ଅଭିମାନ ଯୋଗୁଁ ଯେ ସମର୍ଥନ ଫେରାଇ ନିଆଯିବ ତାହା କହିବା ଯୁକ୍ତି ସଙ୍ଗତ ନୁହ। ତେଣୁ ଅଭିମାନ ଅଛି ସତ କିନ୍ତୁ ବିଧାୟକଙ୍କ ପ୍ରତି ଲୋକଙ୍କ ସମର୍ଥନ ଯେ ନାହି ତାହା ବିରୋଧୀ ଭାବିବା ଭୁଲ। ତେଣୁ ବିରୋଧୀ ଙ୍କ ପାଇଁ ଏହି ନିର୍ବାଚନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁକୁ ଚକମା ଦେବା ସହଜ ନୁହ। ତେବେ ଭୋଟର ଙ୍କ ଆସ୍ଥା କାହା ପ୍ରତି ରହୁଛି ତାହା ଆଗାମୀ ନିର୍ବାଚନ ଫଳାଫଳ ହିନ ସ୍ପଷ୍ଟ କରିବ।


