ସହଦେବଖୁଣ୍ଟା ବସ ଷ୍ଟାଣ୍ଡରେ ଗଞ୍ଜେଇ ଜବତ

ବାଲେଶ୍ଵର, (ସରୋଜ ପଣ୍ଡା):ମଙ୍ଗଳବାର ପୂର୍ବାହ୍ନ ସାଢ଼େ ଏଗାରଟା ବେଳେ ବାଲେଶ୍ଵର ସହରର ସହଦେବଖୁଣ୍ଟା ବସ ଷ୍ଟାଣ୍ଡ ଠାରେ ଗଞ୍ଜେଇ ଭର୍ତ୍ତି ୬ ଟି ଏୟାର ବ୍ୟାଗ କୁ ପୋଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।ଗିରଫ ମାନେ ହେଲେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କ୍ରିଷ୍ଣା ନଗର ଅଞ୍ଚଳର ତାଳୁ ବିଶ୍ୱାସ,ସ୍ଵାଧୀନ ମଣ୍ଡଳ,ସାଗର ଘୋଷ।ତେବେ ଗିରଫ ଅଭିଯୁକ୍ତ ମାନେ ଯାଜପୁର ଛତିଆ ରୁ ବସ ଯୋଗେ ପଶ୍ଚିମବଙ୍ଗ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ବାଲେଶ୍ଵର ସହଦେବଖୁଣ୍ଟା ବସ ଷ୍ଟାଣ୍ଡ ରେ ଯାତ୍ରୀ ମାନେ ସନ୍ଦେହ କରି ପୋଲିସ କୁ ଖବର କରିଥିଲେ।ଖବର ପାଇ ସହଦେବଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପୋଲିସ ପହଞ୍ଚିବା ଦେଖି ଅଭିଯୁକ୍ତ ମାନେ ସେଠାରୁ ଖସି ପଳାଇ ଯାଉଥିବା ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା।ସେମାନଙ୍କ ଠାରୁ ୬ ଟି ଏୟାର ବ୍ୟାଗ ଭର୍ତ୍ତି ଗଞ୍ଜେଇ ଜବତ କରିଛି।ଯାହାର ଓଜନ ପ୍ରାୟ ୩୦ କେଜି ହେବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ