ସହଯୋଗର ହାତ ବଢାଇଲେ ବିଧାୟକ
ବୁଗୁଡ଼ା,(ଯୁଗାବ୍ଦ ନ୍ୟୁଜ୍) : ମାଳତିବାଡି ଗ୍ରାମର ରାକେଶ ଗୌଡ଼ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ।ଖବରପାଇଁ ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ବୁଡ଼େଇଶୁଣି ଗ୍ରାମରେ ଦୁଇ ପରିବାରଙ୍କ ଘର ପୋଡି ପାଉଁଶ ହୋଇଯାଇଥିଲା।ଖବର ପାଇ ସେଠାକୁ ଯାଇ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ପରିବାରକୁ ଏକ ହଜାର ଟଙ୍କା ପ୍ରଦାନ କରିବା ସହ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ତହସିଲଦାରଙ୍କୁ କହିଥିଲେ।