ସହଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଶିକ୍ଷା ବିଭାଗ ଅଧିନ ଯଶୋଟିକିରି କ୍ଲଷ୍ଟର ପକ୍ଷରୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ସହଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପୁଷ୍ପକଚନ୍ଦ୍ର ଭାରତୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । କ୍ଲଷ୍ଟର ଅଧିନ ସୁବର୍ଣ୍ଣମୁଖୀ ନୋଡାଲ ହାଇସ୍କୁଲ ଯଶୋଟିକିିରି, ସରୋଜିନୀ ନନ୍ଦ ବିଦ୍ୟାଳୟ ପୁରୀପଡା, ଆଖୁଆପଦା ବିଦ୍ୟାଳୟ ଓ ସୁବର୍ଣ୍ଣମୁଖୀ ବିଦ୍ୟାଳୟ ନେରଡା ଠାରେ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସରପଞ୍ଚ ବଦ୍ରୀନାରାୟଣ ରାଉତ, ପ୍ରଧାନଶିକ୍ଷକ ଅଜୟ ନନ୍ଦ, ବିଭୂତିଭୂଷଣ ମହାନ୍ତି, ନିରଞ୍ଜନ ପହି, ଅରୁଣିମା ମହାପାତ୍ର, ଅଶ୍ୱନୀ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କାର୍ଯ୍ୟକ୍ରମ ସମ୍ପର୍କରେ ମତଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ