ସହଯୋଗ ପ୍ରଶିକ୍ଷଣ ଶିବିର

ବନ୍ତ,( ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ ଟିଲୋ ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୂଲ୍ୟରେ ବନ୍ତ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ପରିଚାଳନା ଓ ବିକାଶ ସମିତିର ସଭ୍ୟସଭ୍ୟା ମାନଙ୍କ ଉଦ୍ଦେଶ୍ୟରେ ସହଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ପାଢୀ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଢୀ, ବନ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପୀତବାସ ଜେନା, ସରପଞ୍ଚ ନିହାରିକା ରାଉତ, ସରପଞ୍ଚ ଅଶୋକ କୁମାର ମହାନ୍ତି, କୃପାସିନ୍ଧୁ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଶିବିରରେ ନିଳୋକ, ବନ୍ତ, ଟିଲୋ ଆଦି ହାଇସ୍କୁଲର ଏସ୍‌.ଏମ୍‌.ଡି.ସିର ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିଚାଳନା ଓ ବିକାଶ ସମିତିର ସଭ୍ୟସଭ୍ୟା ମାନଙ୍କୁ ସଶକ୍ତିକରଣ କରିବା ଲକ୍ଷ୍ୟରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ