ସହରରେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୋଲିସର ଫ୍ଲାଗମାର୍ଚ୍ଚ

ଯୋଡା, (ସମୀର କୁମାର ଦାସ):ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଓ ଇଦଉଲଫିତର ପରିପ୍ରେକ୍ଷୀରେ ଯୋଡ଼ା ପୋଲିସ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଯୋଡ଼ା ଥାନା ଠାରୁ ଆରମ୍ଭ କରି ସମଗ୍ର ଯୋଡ଼ା ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି । ବଡ଼ବିଲ ଏସ ଡି ପି ଓ ଦେବେନ୍ଦ୍ର ପିଙ୍ଗୁଆ ଏବଂ ଯୋଡ଼ା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଏଥିରେ ଚାରି ପ୍ଲାଟୁନ ଫୋର୍ସ, ପୋଲିସ କର୍ମଚାରୀ ଏହି ଫ୍ଲାଗ ମାର୍ଚ୍ଚ ରେ ସାମିଲ ହୋଇଥିଲେ । ଆଗାମୀ ୩୦।୩।୨୦୨୫ରିଖ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଓ ୩୧।୩।୨୦୨୫ରିଖ ଇଦଉଲଫିତର ଥିବାରୁ ସହରରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଯୋଡ଼ା ସହର ର ବସ୍ତି ଅଞ୍ଚଳ ଓ ବଜାର ଅଞ୍ଚଳର ବିଭିନ୍ନ ଓ୍ୱାର୍ଡରେ ଏହି ଫ୍ଲାଗମାର୍ଚ୍ଚକୁ ବଳବତ୍ତର କରାଯାଇଛି । ଲୋକମାନଙ୍କ ମଧ୍ୟରେ ସଦଭାବନା ଓ ଭାଇଚାରାର ସମ୍ପର୍କ ମଧ୍ୟରେ ଉଭୟ ପର୍ବ ପାଳନ କରାଯିବାକୁ ଏହି ଫ୍ଲାଗମାର୍ଚ୍ଚ ମାଧ୍ୟମରେ ସନ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ