ସହରର ପୁରାତନ ବାଳିକା ବିଦ୍ୟାଳୟକୁ ଜମି ପଟା ମିଳିନଥିବା ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ବ୍ରିଟିଶ ଅମଳରେ ନିର୍ମିତ ହୋଇଥିବା ଫ୍ରେଜର ବାଳିକା ବିଦ୍ୟାଳୟକୁ ଜମି ପଟା ମିଳିନଥିବାରୁ ଅବିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗତ ଶୁକ୍ରବାର କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଜିଲ୍ଲାର ରୂପାନ୍ତରିତ ହୋଇଥିବା ୮୦ଟି ବିଦ୍ୟାଳୟକୁ ଜମି ପଟ୍ଟା ବଣ୍ଟନ କରାଯାଇ ଥିବାବେଳେ ଫ୍ରେଜର ବାଳିକା ବିଦ୍ୟାଳୟ ଜମି ମାପଚୁପ ହେବା ପରେ ମଧ୍ୟ ସ୍କୁଲକୁ ଜମି ପଟା ମିଳି ନଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟ ବିଦ୍ୟାଳୟ ଅପେକ୍ଷା ଏହି ବାଳିକା ବିଦ୍ୟାଳୟରେ ୨ଶହରୁ ଉର୍ଦ୍ଧ୍ୱ ଛାତ୍ରୀ ଶିକ୍ଷାଲାଭ କରୁଥିବା ବେଳେ ସ୍କୁଲର ପରିବେଶ ଅତ୍ୟନ୍ତ ସୁନ୍ଦର ହୋଇଥିବା ବେଳେ ଜମି ପଟା ବଣ୍ଟନରେ ଫ୍ରେଜର ବାଳିକା ବିଦ୍ୟାଳୟକୁ ଅଣଦେଖା କରାଯିବା ଘଟଣାକୁ ନେଇ ଛାତ୍ରାଭିିଭାବକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖା ଦେଇଛି । ତେଣୁ ତୁରନ୍ତ ଏହି ବାଳିକା ବିଦ୍ୟାଳୟକୁ ଜମି ପଟା ପ୍ରଦାନ କରାଯିବାକୁ ଦାବି ହୋଇଛିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ