ସହରର ବିଭିନ୍ନ ଅଲଟ୍ରାସାଉଣ୍ଡ ଓ ନର୍ସିଂହୋମ ଉପରେ ଚଢାଉ
କେନ୍ଦ୍ରାପଡା : କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟ ଅନୁଯାଇ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ସହରର ବିଭିନ୍ନ ଅଲଟ୍ରାସାଉଣ୍ଡ,ପାଥୋଲାବ ଓ ନର୍ସିଂହୋମ ଉପରେ ଚଢାଉ କରାଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ମେଡିକାଲ) ଡା.କିଶୋର ଚନ୍ଦ୍ର ଆଚାର୍ଯ୍ୟ, ଡ୍ରଗ ଇନିସପେକ୍ଟର ମନ୍ୱସ୍ୱୀନୀ ବିଶ୍ୱାଳ,କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ପ୍ରମୁଖ ହେଲଥକେଆର,ସାଇ ଓ ସୂର୍ଯ୍ୟ ନର୍ସିଂହୋମ ସମେତ ପଣ୍ଡା ଲାବୋରେଟୋରୀ,ଲାଇଫ ଲାଇନ ଓ ବିଭିନ୍ନ ପାଥୋଲାବ ଉପରେ ଚଢାଉ କରି ସେମାନଙ୍କ କାଗଜପତ୍ର ଯାଂଚ କରିବା ସହିତ ସେମାନଙ୍କ ନିକଟରେ ଆବଶ୍ୟକ ଲାଇସେନନ୍ସ ଅଛିକି ନାହିଁ ତାହା ମଧ୍ୟ ତନଖି କରିଥିଲେ । ମୁଖ୍ୟତଃ ମେଡିକାଲ ପାଖରେ ଥିବା ଏହିସବୁ ଅନୁଷ୍ଠାନ ଉପରେ ଚଢାଉ କରାଯାଇଥିଲା । ଆଗାମୀ ଦିନରେ ଅନ୍ୟ ପାଥୋଲାବ,ଅଲଟ୍ରାସାଉଣ୍ଡ ଓ ନର୍ସିଂହୋମ ଉପରେ ଚଢାଉ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଆଜି ଚଢାଉକରାଯାଇଥିବା ସଂସ୍ଥା ଗୁଡିକୁ ୧୫ଦିନିଆ ନୋଟିସ ପ୍ରଦାନ କରାଯାଇଛି ଯେ ଯେଉଁମାନଙ୍କ ପାଖରେ ଆବଶ୍ୟକ ଲାଇସେନ୍ସ ନାହିଁ ବା ଅନ୍ୟ କୈାଣସି ଉପଯୁକ୍ତ ଯନ୍ତ୍ର୍ରାଂସ ନାହିଁ ସେମାନେ ସେସବୁକୁ ୧୫ଦିନରୁ ଏକମାସ ମଧ୍ୟରେ ହାସଲ କରିବେ ନଚେତ ସେମାନଙ୍କ ସଂସ୍ଥାକୁ ଆଇନ ଅନୁଯାଇ ବନ୍ଦ କରିଦିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଛନ୍ତି । ଚଢାଉ ସମୟରେ ଟାଉନ ଥାନା ଏ.ଏସ.ଆଇ.ଶରତ ଚନ୍ଦ୍ର ବାରିକଙ୍କ ସମେତ ପୋଲିସ ଫୋର୍ସ ଚଢାଉସ୍ଥାନ ଗୁଡିକରେ ଉପସ୍ଥିତ ଥିଲେ ।