ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପୋଲିସର ବାରମ୍ବାର ପେଟ୍ରୋଲିଂ

ବୁଗୁଡା(ଅନିଲ କୁମାର ମହାରଣା):ବୁଗୁଡା ପୋଲିସ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବାରମ୍ବାର ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ଗତକାଲି ଜଣେ ବ୍ୟବସାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ଆଜି କେତେକ ବ୍ୟକ୍ତି ଏକାଠି ବସି ତାସ ଖେଳୁଥିବା ବେଳେ ସେମାନଙ୍କୁ ତାଗିଦ କରି ଛାଡିଦିଆଯାଇଛି।ଗତକାଲି ଜଣେ ବ୍ୟବସାୟୀ ବେନିୟମ ଭାବେ ବେପାର କରୁଥିବା ଯୋଗୁଁ ବ୍ୟବସାୟୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଅଛି। ଆଜି ବୁଗୁଡାର କେତକ ବ୍ୟକ୍ତି ଏକାଠି ବସି ତାସ ଖେଳୁଥିବା ବେଳେ ପୋଲିସ ସେମାନଙ୍କୁ ଥାନାକୁ ଆଣି ଏକାଠି ବସି ଖେଳିବା ଦ୍ୱାରା କରୋନା ସଂକ୍ରମଣ ଆଶଙ୍କା ଥିବା ସଚେତନତା କରିବା ସହ ଲକ ଡାଉନ ସମୟ ମଧ୍ୟରେ ଆଉ ତାସ ବା ଅନ୍ୟାନ ଖେଳ ପାଇଁ ଏକାଠି ନବସିବାକୁ ତାଗିଦ କରି ଛାଡି ଦିଆଯାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଆଇଆଇସି ଶ୍ରୀ ବେହେରାଙ୍କ ତତ୍ତ୍ୱାବଧାନରେ ଏସଆଇ ତନୁଶ୍ରୀ ସାହୁ ଓ କାର୍ତ୍ତିକ ନାୟକ ଏବଂ ଏଏସଆଇ ଯୁଧିଷ୍ଠିର ମହାଙ୍କୁଡ଼ ଓ ଅମୀୟ କୁମାର ପାଢୀ ଙ୍କ ନେତୃତ୍ୱରେ ପେଟ୍ରୋଲିଂ କରାଯାଇ ଆଇନ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ତାଗିତ କରିବା ସହ ଜନସାଧାରଣଙ୍କୁ କରୋନା ଭୂତାଣୁର ଭୟାବହ ସମ୍ପର୍କରେ ସଚେତନତା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ