ସହରାଞ୍ଚଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଜଳକଷ୍ଟ ଦୂରପାଇଁ ୨ କୋଟି ୬୮ ଲକ୍ଷ ଟଙ୍କା ଅଟକଳରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ନଭେମ୍ବର ୧୧ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଲେ ବୁଗୁଡା ସହରର ପାନୀୟ ଜଳକଷ୍ଟ ଦୂର ହୋଇପାରିବ ବୋଲି ଆଶା କରାଯାଉଛି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ଓ ଏନଏସି କର୍ମଚାରୀ ବୃନ୍ଦ ଏବଂ ସୁଧାଂଶୁ ଶେଖର ପାଢ଼ୀ, ଚିତ୍ରସେନ ପ୍ରଧାନ, ରବୀନ୍ଦ୍ର କୁମାର ପଣ୍ଡା, କେ ତ୍ରିଲୋଚନ ଦୋରା, ଡିଲେଶ୍ବର ପାତ୍ର, ରେବତୀ ମୋହନ ନାୟକ, କିଶୋର ଚନ୍ଦ୍ର ବେହେରା ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ