ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ପାଖ ପୈାରସଂସ୍ଥା ସ୍ୱାଗତ ତୋରଣ ନିକଟସ୍ଥ ଗୁଆଳସିଂରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥର ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ । ଏହି କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଭାବେ ଡାକ୍ତର ଧର୍ମେନ୍ଦ୍ର ସିଂକୁ ନିଯୁକ୍ତି ପ୍ରଦାନ କରାଯାଇଛି । ସକାଳେ ଦୁଇଘଣ୍ଟା ଓ ଅପରାହ୍ନରେ ୨ଘଣ୍ଟା ଏହି କେନ୍ଦ୍ର ଖୋଲା ରହି ସହରାଞ୍ଚଳର ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅନିତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ(ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ(ଜନସ୍ୱାସ୍ଥ୍ୟ)ଡା. ମିର୍ଜା ବାବର ବେଗ,ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଡିପିଏମ ଗିତାଞ୍ଜଳୀ ଦାସ, ଏପିଏମ ଦିପକ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ପ୍ରଭାଶିଷ ପଣ୍ଡା, ନିରାକାର ସ୍ୱାଇଁ, ଅଭୟ ବେହେରା, ଆଇନଜୀବୀ ଦେବଦାସ ମହାନ୍ତି, ଆଶୁତୋଷ ମହାନ୍ତି, ନାରାୟଣ ସାହୁ, ଆଲୋକ ସାହୁ, ମହମ୍ମଦ ସେକ ଇନାୟତ, ସେକ ନିୟାଜ, ସୁମିତ୍ରା ପାଢୀ, ସ୍ୱୟଂପ୍ରଭା କର, ରଞ୍ଜନ କର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ