ସହଳ ଭିନ୍ନକ୍ଷମ ଚିହ୍ନଟି କରଣ ଶିବିର ଅନୁଷ୍ଠିତ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମାରେ ଫେବୃୟାରୀ ୦୨ ତାରିଖ ଦିନ ସହଳ ଭିନ୍ନକ୍ଷମ ଚିହ୍ନଟି କରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବୁଗୁଡା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଜିଲ୍ଲା ଅସାମର୍ଥ୍ୟ ଥଇଥାନ କେନ୍ଦ୍ର ଓ ଗ୍ରାମ୍ୟ ଗୋଷ୍ଠୀ ଉନ୍ନୟନ ସମ୍ବଳ ର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଖୋଳଖାଳି ଗ୍ରାମ ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ଓ ସମିତି ସଭ୍ୟ ବିବେକାନନ୍ଦ ବାରିକ କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ। ମୋଟ ୧୪୯ ଜଣ ବ୍ୟକ୍ତି ଏହି ଶିବିରରେ ନାମ ପଞ୍ଜିକରଣ କରିଥିବା ବେଳେ ବ୍ରହ୍ମପୁରରୁ ଆସିଥିବା ଟିମ୍ ସମସ୍ତ ପଞ୍ଜୀକୃତ ବ୍ୟକ୍ତିଙ୍କ ପରୀକ୍ଷା କରିଛନ୍ତି। ସେହି ଟିମ୍ ବ୍ରହ୍ମପୁର ଫେରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ସମସ୍ତ ବିବରଣୀ ପ୍ରେରଣ କରିବାକୁ କହିଥିବା ବିଷୟ ବୁଗୁଡା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ