‘ସହାୟକ’ର ମାସିକ ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ଦିବା ୧୦ ଘଟିକା ସମୟରେ ବାଲେଶ୍ୱରର ଅଗ୍ରଣୀ ଜନକଲ୍ୟାଣକାରୀ ସଂସ୍ଥା ‘ସହାୟକ’ର ଏକ ମାସିକ ବୈଠକ ଅଧ୍ୟକ୍ଷ ଇଂ. ସୁରେନ୍ଦ୍ର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ବିଜୟ ଦାସ ଅଧିକାରୀ ସଂଘର ପ୍ରମୁଖ ଲକ୍ଷ୍ୟ ମଧ୍ୟରେ ଏପ୍ରିଲ୍ ୧ ତାରିଖରୁ ଏପର୍ଯ୍ୟନ୍ତ ଚାଲିଥିବା ଜଳଦାନ, ସଂଘଦ୍ୱାରା ୯୫ ୟୁନିଟ୍ ରକ୍ତ ସଂଗ୍ରହ, ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ରେଖା ପାତ କରି ସଂଘଦ୍ୱାରା ଆଉ କିିଛି ନୂଆ ଜନକଲ୍ୟାଣ କାର୍ଯ୍ୟକ୍ରମ ଯଥା ଏକା ରହୁଥିବା ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ଭେଟିବା, ଗରିବ ମେଧାବୀ ଛାତ୍ରଙ୍କୁ ଆଗକୁ ପଢ଼େଇବାରେ ସାହାଯ୍ୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଅନୁରୂପ କାର୍ଯ୍ୟକ୍ରମ ବିଷୟରେ ଶ୍ରୀ ଅକ୍ଷୟ ତ୍ରିପାଠୀ, ବନମାଳୀ ନାୟକ, ଇଂ ହୃଷିକେଶ ସାହୁ, ବସନ୍ତଲତା ପଟ୍ଟନାୟକ, ପ୍ରତିମା ପଣ୍ଡା, ରମେଶ ଚନ୍ଦ୍ର ଜେନା, ଶଚିନ୍ଦ୍ର ଦାସ ଆଦି ପ୍ରସ୍ତାବମାନ ଦେଇଥିଲେ । ସଂଘର ବର୍ଷିୟାନ୍ ସଦସ୍ୟ ଶ୍ରୀ ଧୀରେନ୍ଦ୍ର ନାରାୟଣ ଦାସ ପୃଷ୍ଠପୋଷକ ସଦସ୍ୟମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ସୁଶ୍ରୀ ଅରୁଣା ରାୟ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଶ୍ରୀ ଅଖିଳ ଦାସ, ଇଂ ଶିବ ବେହେରା, ଡକ୍ଟର କ୍ଷିତେଶ୍ୱର ଦାଶ, ଲକ୍ଷ୍ମୀପ୍ରିୟା ଜେନା, ସାବିତ୍ରୀ ଦାସ, ପୁଷ୍ପଲତା ମହାନ୍ତି, ଗୌରାଙ୍ଗ ଚରଣ ପାଣିଗ୍ରାହୀ, କାମିନୀକାନ୍ତ ପାଢ଼ୀ, ଇଂ. ସୁରେନ୍ଦ୍ର ପ୍ରସାଦ ନାୟକ ଆଦି ବୈଠକ ପରିଚାଳନାରେ ସହଯୋଗ କରିଥିଲେ । ମୋଟ ୧୧ଜଣଙ୍କୁ ପୃଷ୍ଠପୋଷକ ସଦସ୍ୟର ମାନପତ୍ର ଦିଆଯାଇଥିଲା । ଏତତ୍‌ବ୍ୟତୀତ ସଂଘର କାର୍ଯ୍ୟକ୍ରମରେ ଉଦ୍‌ବୁଦ୍ଧ ହୋଇ ଆଉ କେତେଜଣ ପୃଷ୍ଠପୋଷକ ସଦସ୍ୟ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ