‘ସହାୟକ’ ଓ ‘ଅବସରପ୍ରାପ୍ତ କର୍ମଚାରୀ ସଂଘ’ ପକ୍ଷରୁ ଜଳଦାନ ଶିବିର ପରିଚାଳକଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ଏକ ଜନକଲ୍ୟାଣକାରୀ ସଂଗଠନ ‘ସହାୟକ’ ଓ ‘ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ’ର ମିଳିତ ସହଯୋଗରେ ଗତ ଏପ୍ରିଲ୍ ପହିଲାରୁ ବାଲେଶ୍ୱର ଜିଲ୍ଲାପାଳଙ୍କ ମୁଖ୍ୟ ଫାଟକ ସମ୍ମୁଖରେ ପାନୀୟ ଜଳଦାନ ଶିବିର ରବିବାର ପୂର୍ବାହ୍ନରେ ଉଦ୍ଯାପିତ ହୋଇଯାଇଛି । ଦୀର୍ଘ ଅଢ଼େଇମାସ ଧରି ଚଳିତ ବର୍ଷର ପ୍ରବଳ ରୌଦ୍ରତାପରେ ଜଳ ବିତରଣ ଶିବିର ପରିଚାଳନା କରିଥିବା ସଦସ୍ୟମାନଙ୍କୁ ଏକ ସ୍ୱତନ୍ତ୍ର ବୈଠକରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ‘ସହାୟକ’ର ସଭାପତି ଡ. କ୍ଷିତୀଶ୍ୱର ଦାଶ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସଂପାଦକ ଇଂ. ହୃଷିକେଶ ସାହୁ, କୋଷାଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ନାୟକ, ବରିଷ୍ଠ ଉପଦେଷ୍ଟା ତଥା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ, ବରିଷ୍ଠ ସଦସ୍ୟ, ଇଂ. ଗୌରାଙ୍ଗ ସାହୁ, ଦିବାକର ମହାପାତ୍ର, ଅରୁଣା ରାୟ ପ୍ରମୁଖ ସର୍ବଶ୍ରୀ ବିରେନ୍ଦ୍ର କୁମାର ମହନ୍ତ, ରବିନାରାୟଣ ଜେନା, ପ୍ରଫୁଲ୍ଲ ଦାସ, ଚିତ୍ତରଂଜନ ଜେନା, ଗଙ୍ଗାଧର ପୃଷ୍ଟି, ସତ୍ୟନାରାୟଣ ନାୟକ, ଅକ୍ଷୟ ତ୍ରିପାଠୀ, କାମିନୀକାନ୍ତ ପାଢ଼ୀ, କେଶବ ଚନ୍ଦ୍ର ମହାନ୍ତି, ଭାଗିରଥି ମହାନ୍ତି, ଶଶାଙ୍କ ଦତ୍ତ, ଭବେଶ ପଣ୍ଡା, ସେକ୍ ଆଲ୍ଲାଉଦ୍ଦିନ୍, କ୍ଷେତ୍ରମୋହନ ନାୟକଙ୍କ ସମେତ ଇଂ. ବନମାଳୀ ନାୟକଙ୍କୁ ସେମାନଙ୍କ ମହତ ସେବା ପାଇଁ ପୁଷ୍ପ ଓ ଉତ୍ତରୀୟ ଦେଇ ସଂବର୍ଦ୍ଧିତ କରିଥିଲେ ।ଚଳିତ ବର୍ଷାଋତୁରେ ବୃକ୍ଷରୋପଣ ଓ ଆସନ୍ତା ବାର୍ଷିକ ଉତ୍ସବ ପାଳନ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ସଦସ୍ୟ ସଂଖ୍ୟା ବୃଦ୍ଧିପାଇଁ ଓ ନିୟମିତ ବାର୍ଷିକ ଦେୟ ପୈଠ ନିମିତ୍ତ ସାଧାରଣ ସଂପାଦକ ଇଂ. ସାହୁ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ଦାମୋଦର ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ବସନ୍ତ ନାୟକ, ସୁଜିତ୍ କୁମାର ଜେନା, ଦୁକୁଲ ଚନ୍ଦ୍ର ଘଡ଼ାଇ, ମିନତୀ ରାୟ, ପ୍ରଣିତା ମିଶ୍ର, ଗୋପାଳ ଜେନା, ସୁରେନ୍ଦ୍ର ଧଳ, ଯଶୋଦା ନନ୍ଦନ ଆସ, ପଦ୍ମଲୋଚନ ଦତ୍ତ ଓ ଡା. ତାରାକାନ୍ତ ନନ୍ଦ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ସାମ୍ବାଦିକ ରବି କୁମାର ପାଣିଗ୍ରାହୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରସ୍ତମ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।