ସହାୟକ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :-ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ ଓ ‘ବାଲେଶ୍ୱର ଯୁବବିକାଶ ସଂସ୍ଥା’ର ମିଳିତ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଧୀରେନ୍ଦ୍ର ନାରାୟଣ ଦାସ ଉଦଘାଟନ ସହ ଉଭୟ ସଂଗଠନର ଉଦ୍ୟମକୁ ପ୍ରଶଂସା କରିଥିଲେ । ଚକ୍ଷୁରୋଗ ବିଶେଷଜ୍ଞ ଡା. ଶ୍ରୁତି ଶତପଥୀ ଓ ଡା. ମନୋଜ ବାରିକ ଯୋଗଦେଇ ଚକ୍ଷୁ ପରୀକ୍ଷା କରିଥିଲେ । ଯୁବବିକାଶର ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ଦଳେଇ ଏଭଳି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ସାଧାରଣ ସମ୍ପାଦକ ବିଜୟ କୁମାର ଦାସଅଧିକାରୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଦୃଷ୍ଟିହୀନ ବିଦ୍ୟାଳୟ, ପବ୍ଲିକ ହାଇସ୍କୁଲ୍‌, ଜିଲ୍ଲା ସ୍କୁଲର ଅନେକ ଛାତ୍ରଛାତ୍ରୀଙ୍କ ସମେତ ‘ସହାୟକ’ ଓ ‘ଅବସରପ୍ରାପ୍ତ କର୍ମଚାରୀ ସଂଘ’ର ବହୁ ସଦସ୍ୟ ଏହି ଶିବିରରେ ନିଜର ଚକ୍ଷୁ ପରୀକ୍ଷା କରାଇ ଚିକିତ୍ସା ପରାମର୍ଶ ନେଇଥିଲେ । ଡା. ତାରାକାନ୍ତ ନନ୍ଦ, ଡ. କ୍ଷିତିଶ୍ୱର ଦାଶ, ଇଂ. ସୁରେନ୍ଦ୍ରନାଥ ନାୟକ, ଶଚୀନ୍ଦ୍ର ଦାସ, ଗଙ୍ଗାଧର ପୃଷ୍ଟି, ଦାମୋଦର ନାୟକ, ବସନ୍ତ କୁମାର ନାୟକ, ଇଂ. ବନମାଳୀ ନାୟକ, ଗୋବିନ୍ଦ ମାଝୀ, ସେଖ ଆଲ୍ଲାଉଦ୍ଦିନ୍‌, ଅକ୍ଷୟ କର, ଭବେଶ ଚନ୍ଦ୍ର ପଣ୍ଡା, ଦିବାକର ମହାପାତ୍ର, ଅକ୍ଷୟ କୁମାର ତ୍ରିପାଠୀ, ଡ. ଇଂ. ହୃଷିକେଶ ସାହୁ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଗୌରାଙ୍ଗ ପାଣିଗ୍ରାହୀ, ସାବିତ୍ରୀ ଦାସ ଓ ଲାୟନ୍‌ସ କ୍ଲବ୍ ତରଫରୁ ପ୍ରିୟଦର୍ଶିନୀ ସାମନ୍ତ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ