‘ସହାୟକ’ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରରେ ମଙ୍ଗଳବାର ଦିନ ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ ତରଫରୁ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗୃହରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗୀ ଡାକ୍ତର ତାରାକାନ୍ତ ନନ୍ଦ ଓ ତାଙ୍କର ସହକର୍ମୀମାନେ ସହଯୋଗ କରିଥିଲେ । ସଂଗଠନର ସଭାପତି ଡ. କ୍ଷିତୀଶ୍ୱର ଦାଶ, ସମ୍ପାଦକ ଇଂ. ହୃଷିକେଶ ସାହୁ, ବରିଷ୍ଠ ଉପଦେଷ୍ଟା ଇଂ. ବନମାଳୀ ନାୟକ, ପୂର୍ବତନ ସଭାପତି ଦିବାକର ମହାପାତ୍ର, ଅକ୍ଷୟ କୁମାର ତ୍ରିପାଠୀ, ପ୍ରଫୁଲ୍ଲ କୁମାର ଦାସ, ଗଙ୍ଗାଧର ପୃଷ୍ଟି, ବସନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ନାୟକ, ଯଶୋଦା ନନ୍ଦନ ଆଶ୍‌, ଶଶାଙ୍କ ଶେଖର ଦତ୍ତ, ରମେଶ ଚନ୍ଦ୍ର ଜେନା, ବେଣୁଧର ପାଳ, ଇଂ. କେଶବ ଚନ୍ଦ୍ର ମହାନ୍ତି, ଯୋଗେଶ ଚନ୍ଦ୍ର ପ୍ରଧାନ, ଅକ୍ଷୟ କୁମାର କର, ପୁରୁଷୋତ୍ତମ ବେହେରା, ଶେଖ ଆଲ୍ଲାଦିନ, ଆଇନଜୀବୀ ନିରଞ୍ଜନ ପରିଡ଼ା, ଶ୍ୟାମସୁନ୍ଦର ଜେନା, ସୁରେନ୍ଦ୍ର ପ୍ରସାଦ ଧଳ, ଇଂ. ଶ୍ରୀରାମ ପ୍ରସାଦ ଦାଶ, ସାବିତ୍ରୀ ଦାସ, ପ୍ରଣିତା ମିଶ୍ର, ଭବେଶ ଚନ୍ଦ୍ର ପଣ୍ଡା, ସୁଦେଶ ରଞ୍ଜନ ମହାପାତ୍ର, ରାମଚନ୍ଦ୍ର ବାଗ, ବକୁଳ ରାୟ, ରବୀନ୍ଦ୍ରନାଥ ପାଣି, ଗୁଣାକର ଦେ, ଇଂ. ଶଶାଙ୍କ ଶେଖର ଦେ, ଗୌରାଙ୍ଗ ପାଣିଗ୍ରାହୀ, ଦାମୋଦର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶିବିରରେ ୩୮ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ