ସହାୟକ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ
ବାଲେଶ୍ୱର, (ସରୋଜ ପଣ୍ଡା):ଗଣେଶ ପୂଜା ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହାୟକ’ ତରଫରୁ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ରୋଗୀଙ୍କୁ ଫଳ, ବିସ୍କୁଟ୍ ଓ ହରଲିକ୍ସ ଇତ୍ୟାଦି ପ୍ରଦାନ କରାଯାଇଛି । ଡାକ୍ତର ମିରା ଲେଙ୍କା ପ୍ରଥମେ ବଣ୍ଟନ କରି କାର୍ଯ୍ୟକ୍ରମକୁ ଉଦଘାଟନ ସହ ‘ସହାୟକ’ର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ‘ସହାୟକ’ର ସଭ୍ୟା ଲକ୍ଷ୍ମୀପ୍ରିୟା ଜେନା, ପ୍ରଣିତା ମିଶ୍ର ଉକ୍ତ ୱାର୍ଡ଼ରେ ମହିଳା ୱାର୍ଡ଼ ରୋଗୀଙ୍କୁ ପ୍ୟାକେଟ୍ ବଣ୍ଟନ କରିଥିଲେ । ସାଧାରଣ ସଂପାଦକ ବିଜୟ ଦାସ ଅଧିକାରୀ, ଡ. କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ, ସୁରେନ୍ଦ୍ର ପ୍ରସାଦ ନାୟକ, ଗଙ୍ଗାଧର ପୃଷ୍ଟି, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଶଚୀନ୍ଦ୍ର ଦାସ, ରବିକୁମାର ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା, ରବିନାରାୟଣ ଭୋଳ, କେଶବ ଚନ୍ଦ୍ର ମହାନ୍ତି, ଅଖିଳ କୁମାର ଦାସ, ଭବେଶ ଚନ୍ଦ୍ର ପଣ୍ଡା, ସେଖ୍ ଆଲ୍ଲାଉଦ୍ଦିନ୍, ଗୁଣାକର ଦେ, ପ୍ରତିମା ପଣ୍ଡା ଓ ସାବିତ୍ରୀ ଦାସ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।