ସହାୟତାର ହାତ ବଢ଼ାଇଲେ ଦୁତିମେଣ୍ଡି ଆର୍ ଆଇ ଓ ସାମ୍ବାଦିକ କୁନା ଦିଗାଲ
ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ର ଦୁତିମେଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୈକୁମ୍ପା ନିକଟସ୍ତ ବଦଲା ସାହି ଗ୍ରାମର ଗରିବ ନିରୀହ ଅସହାୟ ବ୍ୟକ୍ତି ରାଜ କୁମାର ଦେହୁରୀ ଅଜଣା ରୋଗରେ ପୀଡ଼ିତ ଥିବା ଦେଖିବାକୁ ମିଳିଛି । ତାଙ୍କର ଚିକିତ୍ସା ନିମନ୍ତେ ଅର୍ଥ ଅଭାବ ଥିବାରୁ ଘରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଏପରି କି ତାଙ୍କର ରହିବା ବାସ ଗୃହ ମଧ୍ୟ ନାହିଁନ ଥିବା ଅବସ୍ତା ରେ ପଡ଼ି ରହିଥିବାବେଳେ ସରକାର ଙ୍କ ତରଫରୁ ତାଙ୍କୁ ନା ମିଳିଛି ଇନ୍ଦିରାଆବାସ ନା ମିଳିଛି ବିଜୁ ପକ୍କା ଘର ଏପରି ଅବସ୍ଥା ରେ ତିନି ପ୍ରାଣୀ କୁଟୁମ୍ବ ସରକାର ଙ୍କର ଟଙ୍କିକି ଆ ଚାଉଳ କୁ ଆଶ୍ରା କରି ଚଳୁଛନ୍ତି । ପୂର୍ବରୁ ସରପଞ୍ଚ ଏବଂ ସମିତି ସଭ୍ୟ ଓ ଖଜୁରିପଡ଼ା ବ୍ଲକ୍ ଉନୟନ ଅଧିକାରୀ ଙ୍କୁ ଘର ଖଣ୍ଡେ ଏବଂ ଚିକିତ୍ସା ନିମନ୍ତେ ଅର୍ଥ ସହାୟତା ଯୋଗାଇ ଦେବା ନିମନ୍ତେ ବହୁବାର ଅଭିଯୋଗ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନା ମିଳିଛି ଘର ନା ମିଳିଛି ଚିକିତ୍ସା ନିମନ୍ତେ ଅର୍ଥ ସହାୟତା । ଏହି ଘଟଣା ଦୁତିମେଣ୍ଡି ଉତ୍କଳ ମଣି ଯୁବକ ସଂଘ ର ଅସ୍ତିକ ମଲ୍ଲିକ ଙ୍କ ଜରିଆରେ ଖବର ପାଇ ସାମ୍ବାଦିକ ତଥା ସମାଜସେବୀ କୁନା ଦିଗାଲ ଏବଂ ଦୁତିମେଣ୍ଡି ଆର୍ ଆଇ ଶୁଭସ୍ମୀତା ମହାରଣା ଖଜୁରିପଡ଼ା ଥାନା କର୍ମଚାରୀ ଙ୍କ ଉପସ୍ଥିତ ରେ ପଲିଥିନ ଦେବାସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସାମ୍ବାଦିକ ତଥା ସମାଜସେବୀ କୁନା ଦିଗାଲ ଏଇ ଗରିବ ଅସହାୟ ରୋଗୀ ଙ୍କୁ ସରକାର ଙ୍କ ତରଫରୁ ଭତ୍ତା ଓ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା କିପରି ମିଳିପାରିବ ଏନେଇଂ ସମସ୍ତ ସହଯୋଗ କରିବେ ବଲି କହିଥିବା ବେଳେ ରୋଗୀଙ୍କ ପରିବାର ଲୋକେ ଏବଂ ଉକ୍ତ ଅଞ୍ଚଳ ର ସମସ୍ତ ଜନ ସାଧାରଣ ଦୁତିମେଣ୍ଡି ଆର୍ ଆଇ ଏବଂ ସାମ୍ବାଦିକ ତଥା ସମାଜ ସେବୀ କୁନା ଦିଗାଲ ଓ ସମାଜ ସେବୀ ଅସ୍ତିକ ମଲ୍ଲିକ ଙ୍କୁ ପ୍ରଶଂସା କରିଛନ୍ତି ।


