ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ବାପା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ପଞ୍ଚାୟତର ଦୁଆନପଲ୍ଲୀ ଗ୍ରାମର ଗୋବିନ୍ଦ ମଲ୍ଲିକ (ବାପା) ସେ ନିଜେ ଗଳଗଣ୍ଡରେ ରୋଗରେ ଆକ୍ରାନ୍ତ ଥାଇ ତାଙ୍କର ଦିବ୍ୟାଙ୍ଗ କଲେଜ ଛାତ୍ରଙ୍କୁ ବାଣିଶ୍ରୀ ବୃତ୍ତି ଟଙ୍କା ମିଳୁନଥିବା ନେଇ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିବ୍ୟାଙ୍ଗ ପୁଅ ଜଣ ଅମର ମଲ୍ଲୀକ ସେ ମହାନାଦପୁର ନୃସିଂହ ନାଥ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର କଳା ବିଭାଗରେ ଅଧ୍ୟୟନ କରୁଛନ୍ତି । ଅମର ପିଲାଦିନରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ଦୁଇଟି ଗୋଡ ଅଚଳ ହୋଇଯାଇଛି । ତେଣୁ ତାଙ୍କ ପକ୍ଷରେ ଚାଲିବା ସମ୍ଭବପର ହୋଇନଥିବାରୁ ତାଙ୍କ ବାପା ଗୋବିନ୍ଦ ମଲ୍ଲିକ ତାଙ୍କୁ ନିଜ କାନ୍ଧରେ ବସାଇ ଛତ୍ରପୁର ଆସି ଜିଲ୍ଲାପାଳଙ୍କୁ ଭେଟିଥିଲେ । ଜିଲ୍ଲାପାଳ ଏହା ଦେଖି ଅମରଙ୍କୁ ସାଇକେଲ ପ୍ରଦାନ ନିମନ୍ତେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅମରଙ୍କୁ ଏ ପର୍ଯ୍ୟନ୍ତ ମହାବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାର ପ୍ରଦାନ କରୁଥିବା ବାଣିଶ୍ରୀ ବୃତ୍ତି ସହାୟତା ରାଶି ମିଳୁନଥିବା ନେଇ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିଲେ ।