ସହାୟତା ପ୍ରଦାନ ନେଇ ଦାବି ପତ୍ର ପ୍ରଦାନ କଲା ମା’ଶ୍ୟାମଳାଇ ଅଟୋ ମାଲିକ ସଂଘ
ହିଞ୍ଜିଳିକାଟୁ (ଶେଷଦେବ ସାହୁ) : କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ନେଇ ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଏହା ଯୋଗୁଁ ସ୍ଥାନୀୟ ଅଂଚଳର ଶତାଧିକ ଅଟୋ ଚାଳକ ରୋଜଗାର ହରାଇ ବସିଛନ୍ତି । ସ୍ଥାନୀୟ ପୌରାଂଚଳରେ ଲକଡ଼ାଉନ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଯୋଗୁଁ ଅଂଚଳରେ ଅଟୋ ଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଛି । ଅଧିକାଂଶ ଅଟୋ ଚାଳକ ବ୍ୟାଭ୍କରୁ ଋଣ ଆଣି ଅଟୋ କିଣି ପରିବାର ପ୍ରତିପୋଷଣ କରୁଥିବା ବେଳେ ବର୍ତମାନ ସମୟରେ ପରିବାର ପ୍ରତିପୋଷଣ କରିବା ତ ଦୂରର କଥା ବ୍ୟାଙ୍କରୁ ଆଣିଥିବା ଋଣ ବାବଦକୁ କିସ୍ତି ଟଙ୍କା କିପରି ସୁଝିବେ ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ଏଭଳି ପରିସ୍ଥିତିରେ ଅଟୋ ଚାଳକ ମାନଙ୍କ ପାଇଁ କୌଣସି ପ୍ରକାର ସରକାରୀ ସହାୟତା ଘୋଷଣା କରାଯାଇନାହିଁ । ଦୁର୍ଦ୍ଦିନରେ ଥିବା ଅଟୋ ଚାଳକଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ପୌରାଂଚଳ ମା’ ଶ୍ୟାମଳାଇ ଅଟୋ ମାଲିକ ସଂଘ ପକ୍ଷରୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ସଂଘ ସଭାପତି ଶରତ ସାବତ, ସମ୍ପାଦକ ଯୁଧିଷ୍ଟିର ସ୍ୱାଇଁ ଉପସ୍ଥିତ ଥିଲେ ।


