ସହାୟତା ର ହାତ ବଢ଼େଇଲେ ବିଧାୟକ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ସହାୟତା ର ହାତ ବଢ଼େଇଛନ୍ତି ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡୁରା ଗ୍ରାମପଞ୍ଚାୟତ ର ପଥରା ଗ୍ରାମର ଜଣେ ବାପା ଓ ମାଆ ଛେଉଁଣ୍ଡି ଅନାଥ ଝିଅ ପୂର୍ଣ୍ଣପ୍ରିୟା ବେହେରା ମେଧାବୀ ଛାତ୍ରୀ ସେ ବ୍ରହ୍ମପୁର ରୋଲାଣ୍ଡ ଫାର୍ମାସିଟିକାଲ କଲେଜ ର ଦ୍ୱିତୀୟ ବର୍ଷ ଛାତ୍ରୀ ।ପୂର୍ଣ୍ଣପ୍ରିୟା ଙ୍କ ପାଖରେ ଦ୍ୱିତୀୟ ବର୍ଷ ରେ ନାମ ଲେଖାଇବା ପାଇଁ ଟଙ୍କା ର ଅଭାବ ଥିବା ବେଳେ ସେ ଏବଂ ତାଙ୍କ ଅଭିଭାବକ ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ପାତ୍ର ଙ୍କ ନିକଟରେ ସହାୟତା ପାଇଁ ନିବେଦନ କରିଥିଲେ ଏବଂ ପୂର୍ବତନ ସରପଞ୍ଚ ପାତ୍ର ବାବୁ ମାନ୍ୟବର ବିଧାୟକ ଙ୍କୁ ତାଙ୍କର ସହାୟତା ପାଇଁ ନିବେଦନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ପାତ୍ର ମାନ୍ୟବର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କୁ ମିଶି ସେହି ଅନାଥ ଝିଅର ଦୁଃଖ ଭରା କାହାଣୀ ଶୁଣେଇ ସହାୟତା ପାଇଁ ନିବେଦନ କରିଥିଲେ । ମାନ୍ୟବର ବିଧାୟକ ଅନାଥ ଝିଅ ର କୁରୁଣ କାହାଣୀ ଶୁଣିଲା ପରେ ସେହି ଝିଅର ନାମ ଲେଖାଇବା ନିମନ୍ତେ ସହାୟତା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସୂଚନା ଥାଉକି ପୂର୍ଣ୍ଣପ୍ରିୟା ର ବାପା ୫ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ ତାଙ୍କ ମାଆ ଜୟୀ ବେହେରା ଗୋଟେ ଚା ଦୋକାନ ପକେଇ ତାଙ୍କୁ ପାଠ ପଢଉଥିଲେ କୌଣସି କାରଣରୁ ତାଙ୍କ ଦେହ ଅସୁସ୍ଥ ହେବାରୁ ଆଜିକୁ ୧୨ଦିନ ପୂର୍ବେ ତାଙ୍କ ମାଆ ଙ୍କ ଦେହାନ୍ତ ହୋଇଯାଇଛି ।ସେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କ ଆଖିର ଲୁହ ପୋଛିଛନ୍ତି ମାନ୍ୟବର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ । ସେ ଆଜି ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ପାତ୍ର, ପୂର୍ବତନ ସମିତିସଭ୍ୟ ଜଗନ୍ନାଥ ରାଉଳ, ୱାର୍ଡ ମେମ୍ବର ଶିବ ପ୍ରସାଦ ଦାସ, ପଞ୍ଚାୟତ ସଭାପତି ସୂର୍ଯ୍ୟ ନାରାୟଣ ସାହୁ, ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାରଣା, ଅଜିତ କୁମାର ସାହୁ, ପି. କାଳୀ ପ୍ରସାଦ ରେଡ୍ଡୀ, କାଳୁ ବେହେରା, ପି ସନ୍ତୋଷ ରେଡ୍ଡୀ, ବିଜୟ ବେହେରା ଏବଂ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ୧୦,୦୦୦ ଟଙ୍କା ର ସହାୟତା ରାଶି ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ