ସହାୟ ଆପ୍ ର ସହଯୋଗ

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ଗୁରବାର ଦିନ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିଭୂତି ଭୂଷଣ ଜେନା ଏବଂ ବରିଷ୍ଠ ନେତା କାହ୍ନୁ ଚରଣ ପତି ଙ୍କ ଦ୍ୱାରା ପରିଚାଳିତ ସହାୟ ଆପ ଟିମ ଦ୍ୱାରା ସ୍ଥାନୀୟ ଦିଗପହଣ୍ଡୀ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଅନନ୍ତେଇ ଗ୍ରାମରେ ଗରିବ ଲୋକ ଙ୍କୁ ନଃଶୁଲ୍କ ଔଷଧ ବଂଟନ କରାଯାଇଛି । ଉକ୍ତ ଗ୍ରାମରେ ବିଗତ କିଛି ଦିନ ହେଲା ଲୋକ ଙ୍କ ପାଖରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା । କିନ୍ତୁ କରୋନା ର ଭୟାଭୟତା ଯୋଗୁଁ ଲୋକେ ମେଡିକାଲ୍ ଯିବା ପାଇଁ ଭୟ କରୁଥିଲେ । ଏହି ଖବର ପାଇବା ସଂଙ୍ଗେ ସଂଙ୍ଗେ ସହାୟ ଆପ୍ ର ଏକ ଟିମ୍ ଫାର୍ମାଷିଷ୍ଟ ରାଜିବ କୁମାର ମିଶ୍ର , ସିଦ୍ଧାର୍ଥ ଶଙ୍କର ପଣ୍ଡା , ଆଲୋକ କୁମାର ଶତପଥୀ ଙ୍କ ନେତୃତ୍ୱରେ ସାଧାରଣ ଔଷଧ ବିତରଣ କରିଥିଲେ । ସାମାଜିକ ଦୁରତ୍ୱ କୁ ମାନି ଲୋକେ ନିଜ ନିଜ ସମସ୍ୟା ଜଣାଇବା ସହ ନିଃଶୁଲ୍କ ଔଷଧ ଲାଭ ର ପାଇଥିଲେ । ସହାୟ ଆପ୍ ଟିମ୍ ର ଏହି ପ୍ରକାର ମହନୀୟ କାର୍ଯ୍ୟ କୁ ଦେଖି ସାଧାରଣ ଜନମାନସରେ ଏକ ଆଲୋଡଣ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ଶ୍ରୀ ଜେନା ସହାୟ ଆପ ଟିମ୍ କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ମହନ୍ତ ଚିନ୍ମୟାନନ୍ଦ ମହାରାଜ ପରିଚାଳଣା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିବ ପ୍ରସାଦ ପାତ୍ର , କିରନ୍ କୁମାର ସାହୁ ଏକାଦଶୀ ସେଠୀ ,ସଞ୍ଜୟ ପାତ୍ର ଓ ରବିନ ସାହୁ ପ୍ରମୂଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ