ସହାୟ ଆପ ଜରିଆରେ ରୋଗୀ ମାନଙ୍କୁ ନିଶୁଳ୍କ ଔଷଧ ବିତରଣ

ଛତ୍ରପୁର,(ଦେବଦତ୍ତ ମହାରଣା): ଆଜି  ସକାଳ ୯.୦୦ ଘଣ୍ଟା ସମୟରେ ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଯୁବ ନେତା  ପ୍ରଶାନ୍ତ କୁମାର କର ଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି  ବିଭୁତି ଭୂଷଣ ଜେନା ଙ୍କ ନେତୃତ୍ୱରେ ହୋଇଥିବା ସହାୟ ଆପ ଜରିଆରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ରେ ରୋଗୀ ମାନଙ୍କୁ ଚିକିତ୍ସା କରିବା ସହ ମାଗଣା ଔଷଧ ବିତରଣ କରିଥିଲେ । ଏହି କରୋନା  ମହାମାରୀ ସମୟରେ ଲୋକ ମାନଙ୍କୁ ସାହାଯ୍ୟ କରିବା ଏକ ମହତ କାମ । ଏଥିରେ ଶତାଧିକ ରୋଗୀ ଉପକୃତ ହୋଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଡ଼. ରାଜୀବ କୁମାର ମିଶ୍ର,  ସହାୟ  ସଂଯୋଜକ ଶିବ ପ୍ରସାଦ ଶତପଥୀ  ,   ବରିଷ୍ଠ ନେତା, କେ. ଲକ୍ଷ୍ମଣ ପାତ୍ର ,   କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ , କଣମଣା ଯୁବ ମୋର୍ଚ୍ଚା ସଭାପତି  ପି.  ରାମବାବୁ, କେ. ଦାଶରଥି , ଡି. ମାସେନି, ସୁରେଶ କୁମାର ବେହେରା, ଅନିଲ କୁମାର ବେହେରା, ଭାସ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ