ସହିଦଙ୍କ ପାଇଁ ଝୁରୁଛି ଗାଁ ମାଟି

ହାଟଡିହି, (ବିକାଶ ବିଶ୍ୱାଳ):ଆନନ୍ଦପୁରର ସହିଦ ବୀର ଜୱାନଙ୍କୁ ହରାଇ ଝୁରୁଛି ଗାଁ ମାଟି । ଆନନ୍ଦପୁର ପୌରାଞ୍ଚଳର ୪ନଂ ୱାର୍ଡରେ ସମସ୍ତଙ୍କ ଆଖିରୁ ଲୁହ ଝରୁଛି । କାହା ମୁହଁରେ ଭାଷା ନାହିଁ । ସମସ୍ତେ ବୀର ଜସ୍ୱାନ ସୁଶାନ୍ତ ଖୁଣ୍ଟିଆ ଅମର ରହେ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ କରିଛନ୍ତି । ଆଜି ସମଗ୍ର ଆନନ୍ଦପୁର ଉପଖଣ୍ଡର ହଜାର ହଜାର ଲୋକ ସହିଦଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇ ଏହାର ନିଦର୍ଶନ ଦେଖାଇଛନ୍ତି । ଆଜିର ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଆନନ୍ଦପୁର ଅଞ୍ଚଳର ସମସ୍ତ ରାଜନୈତିକ ଦଳର ନେତା ଓ କର୍ମୀ । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା, ବିଜେପି ନେତା ଆଲୋକ ସେଠୀ, ଯୁବ ବିଜେଡି ସଭାପତି ରାକେଶ ରାମ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଜେଡିର ଯୁବନେତା ବିଶ୍ୱନାଥ ପ୍ରତାପ ଜେନା, ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀଙ୍କ ସମେତ ସବୁ ଦଳର ଛାମୁଆ ନେତା ଓ କର୍ମୀମାନେ ଯୋଗଦେଇ ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷ ସମ୍ମାନ ଜଣାଇଥିଲେ । ସେହିପରି ହାଟଡିହି ଅଞ୍ଚଳର ଶତାଧିକ ଯୁବକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ