ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ପ୍ରତିଯୋଗିତା

ଗଂଜାମ, (ବିନୋଦ ପଲେଇ):ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ଆୟୋଜିତ quiz ପ୍ରତିଯୋଗିତା ଅବସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ କଲେଜ୍ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟ୍ଟନାୟକ , ଅଧ୍ୟାପକ ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ , ଆନନ୍ଦ କୁମାର ଗୌଡ଼, ବସନ୍ତ କୁମାର ଗୌଡ଼, ଆଖଣ୍ଡଳମଣି ବେହେରା, ଦେବୀ ପ୍ରସାଦ ପଟ୍ଟନାୟକ, ଜୟନ୍ତୀ ବେହେରା ଉପସ୍ଥିତ ରହି ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ ଉପକେନ୍ଦ୍ର, ଖଣ୍ତଦେଉଳି ର ଡାକ୍ତର ସୌମ୍ୟକାନ୍ତ ମହାପାତ୍ର ଙ୍କ ଉପଦେଶ କ୍ରମେ ଅନୁଷ୍ଠିତ HIV AIDS ପ୍ରତିଯୋଗିତା ରେ ମହାବିଦ୍ୟାଳୟ ର ୨ୟ ଓ ୩ୟ ବର୍ଷ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜ ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ। ଏଥିରେ YRC Counsellor ଏନ୍.ପଦ୍ମାବତୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏଥିରେ ଯୁକ୍ତ ତିନି ଛାତ୍ର ଡି. ନରେଶ୍ ପ୍ରଧାନ, ଦୀପ୍ତି ଜେନା, କେ.ରଜନୀ ରେଡ୍ଡୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ , ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ପ୍ରଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ